ଏଥିସହ ଅକ୍ଟୋବର ୨୯ରେ ଭିଡିଓ କନଫରେନସ୍ ମାଧ୍ୟମରେ ଖୋର୍ଦ୍ଧା ଚନ୍ଦକା ଥାନା ବିଞ୍ଜଗିରି କେନ୍ଦ୍ରୀୟ ଯୋଗ ଓ ନେଚରପାଥୀ ଗବେଷଣା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ ସହ ଗୋଠପାଟଣାରେ ଇଷ୍ଟର୍ଣ୍ଣ ଜୋନ ଡ୍ରଗ୍ସ ଟେଷ୍ଟିଂ ୟୁନିଟ ପ୍ରତିଷ୍ଠା, ଓ ବରଗଡରେ ଏକ କ୍ରିଟିକାଲ କେୟାର ହେଲଥ୍ କେୟାର ୟୁନିଟ ମଧ୍ୟ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
୨୦୧୮ରୁ ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିଥିଲେ ମୋଦି ସରକାର। କିନ୍ତୁ କାଳେ ଶ୍ରେୟ ମୋଦିଙ୍କୁ ଚାଲିଯିବ ସେଥିପାଇଁ ଓଡ଼ିଶାରେ ଏହାକୁ ଲାଗୁକରିବାକୁ ଦେଇନଥିଲେ ନବୀନ ସରକାର। କିନ୍ତୁ ଜୁନ୧୨ରେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ ସହ ଆୟୁଷ୍ମାନ ଭାରତ ଯୋଜନା ପାଇଁ ବାଟ ଫିଟିଥିଲା। ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ଏକାଠି କରି ଓଡ଼ିଶାର ପ୍ରାୟ ୧କୋଟି ପରିବାରର ସାଢେ ୩ କୋଟି ହିତାଧିକାରୀଙ୍କୁ ଖୁବଶୀଘ୍ର ଦିଆଯିବ ନୂଆ ସ୍ବାସ୍ଥ୍ୟବୀମା କାର୍ଡ।
ଦେଶର ପ୍ରାୟ ୨୭ ହଜାର ହସପିଟାଲରେ ଏହି କାର୍ଡ ଜରିଆରେ କ୍ୟାସଲେସ୍ ଚିକିତ୍ସା ସୁବିଧା ପାଇପାରିବେ ହିତାଧିକାରୀ। ଏଥିରେ ପୁରୁଷଙ୍କୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମା ଯୋଗାଇବେ ରାଜ୍ୟ ସରକାର। ଏହି ନୂଆ ସ୍ବାସ୍ଥ୍ୟ କାର୍ଡ ଯୋଗୁଁ ବାହାର ରାଜ୍ୟରେ କାମ କରୁଥିବା ଓଡ଼ିଆଙ୍କୁ ମିଳିବ ବିଶେଷ ଫାଇଦା।
ଅଧିକ ପଢ଼ନ୍ତୁ ଭାରତ ଖବର