ଡିଆରଆଇର ଜଣେ ଅଧିକାରୀ କହିଛନ୍ତି, ଆମେ ଦେଖିଲୁ ଯେ ସେ ନେଇ ଯାଉଥିବା ଜିନିଷ ଯଥା ଜୋତା, ମଏଶ୍ଚରାଇଜର ବୋତଲ, ସାମ୍ପୁ ବୋତଲ ଭାରୀ ଥିଲା । ଯେତେବେଳେ ଆମେ ସେସବୁକୁ ଯାଞ୍ଚ କଲୁ, ଆମେ ସେହି ଜିନିଷଗୁଡ଼ିକରେ ସେ ଧଳା ପାଉଡର ଲୁଚାଇ ରଖିଥିବା ଦେଖିବାକୁ ପାଇଲୁ । ପରବର୍ତ୍ତୀ ସମୟରେ ଯେତେବେଳେ ଏହି ପାଉଡରକୁ ଏକ ଫିଲ୍ଡ କିଟ୍ ବ୍ୟବହାର କରି ପରୀକ୍ଷଣ କରାଯାଇଥିଲା, ସେତେବେଳେ ଏହା କୋକେନ୍ ଥିବା ଜଣାପଡ଼ିଥିଲା ବୋଲି ଡିଆରଆଇ ଅଧିକାରୀ କହିଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
ତାଙ୍କ ନିକଟରୁ ୧୯୭୯ ଗ୍ରାମ କୋକେନ୍ ଜବତ କରାଯାଇଛି । ଏବଂ ତାଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଗତ ବୁଧବାର ସେହି ଏଜେନ୍ସି ଦ୍ୱାରା ଏକ ଅନ୍ତର୍ଜାତୀୟ କାର୍ଟେଲର ଡ୍ରଗ୍ସ ପର୍ଦ୍ଦାଫାସ ହେବା ପରେ ଏହି ଏଜେନ୍ସି ଡ୍ରଗ୍ସ ଚୋରା ଚାଲାଣ ମାମଲାରେ ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୦୦ କୋଟି ଟଙ୍କା ମୂଲ୍ୟର ୯ କେଜିରୁ ଅଧିକ କୋକେନ୍ ଜବତ କରିଥିଲା ।