ଦିଲ୍ଲୀ ସଫଦରଜଙ୍ଗ ରେଳ ଷ୍ଟେସନ ଛାଡିବାକୁ ଥିବା ଏହି ଟ୍ରେନ୍ ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ ଦେଇ ଓଡିଶାରେ ପହଁଞ୍ଚିବ। ଭାରତର କଳା ସଂସ୍କୃତିକୁ ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଆରମ୍ଭ କରିଥିବା ଭାରତ ଗୌରବ ଯୋଜନାର ଏହା ଅଂଶ। ଏହି ଟ୍ରେନ ମାଧ୍ୟମରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରାଯିବ। ଏହି ଟ୍ରେନରେ ଜଗନ୍ନାଥ ସଂସ୍କୃତିର ବିଭିନ୍ନ ବିଷୟବସ୍ତୁକୁ ଚିତ୍ରଣ କରାଯାଇଥିବା ବେଳେ ଏହା ମଧ୍ୟରେ ଜଗନ୍ନାଥଙ୍କ ସହିତ ଜଡ଼ିତ ଅନେକ କଥାବସ୍ତୁ ପ୍ରଦର୍ଶିତ କରାଯାଇଛି । ରାମାୟଣ ଏକ୍ସପ୍ରେସ ପରେ ଭାରତ ଗୌରବ ଯାତ୍ରା ଅନ୍ତର୍ଗତ ଏହା ହେଉଛି ଦେଶରେ ଦ୍ୱିତୀୟ ଟ୍ରେନ୍।
ଭାରତ ଖବର ଆହୁରି ପଢ଼ନ୍ତୁ ।