ସୃଷ୍ଟି ସଞ୍ଚାଳନରେ ଚଡକ ପଡେ। ଚନ୍ଦ୍ରମାଙ୍କୁ କ୍ଷୟ ରୋଗ ହେଲେ ସୃଷ୍ଟିରେ ଚନ୍ଦ୍ରଙ୍କ ସତ୍ତା ନଷ୍ଟ ହୋଇଯିବ। ଏଣୁ ଦେବତାଙ୍କ ପରାମର୍ଶରେ ଚନ୍ଦ୍ରଦେବ ଭଗବାନ ଶିବଙ୍କୁ ପ୍ରଭାସ କ୍ଷେତ୍ରରେ ତପସ୍ୟା କରନ୍ତି। ଦୀର୍ଘ କାଳ ତପସ୍ୟା କରିବା ପରେ ଭଗବାନ ଶିବ ସନ୍ତୁଷ୍ଟ ହୁଅନ୍ତି। ଚନ୍ଦ୍ରମାଙ୍କୁ ଗୋଟିଏ ପକ୍ଷ କ୍ଷୟ ହେବାକୁ ଓ ଗୋଟିଏ ପକ୍ଷ ବୃଦ୍ଧି ହେବାକୁ ଆଶିଷ ଦିଅନ୍ତି। ଯେଉଁ କ୍ରମରେ ଅମାବାସ୍ୟା ଓ ପୂର୍ଣ୍ଣିମା ତିଥି ନିର୍ଦ୍ଧାରୀତ ହୁଏ। ଶିବାଦେଶରେ ଚନ୍ଦ୍ରମା ସମସ୍ତ ପତ୍ନୀଙ୍କୁ ସମ ଦୃଷ୍ଟିରେ ଦେଖିବାକୁ ଆରମ୍ଭ କରନ୍ତି।
ଚନ୍ଦ୍ରମାଙ୍କ ଅନ୍ୟନାମ ସୋମ। ଏଣୁ ଭଗବାନଙ୍କ ଶିବ ତାଙ୍କୁ ଅଭିଷାପ ମୁକ୍ତ କରିଥିବାରୁ ଶଙ୍କରଙ୍କ ନୂଆ ନାମ ହୁଏ, ସୋମନାଥ। ପ୍ରଭାସ କ୍ଷେତ୍ରରେ ଭଗବାନ ଶିବ ଜ୍ୟୋତିର୍ଲିଙ୍ଗ ଭାବେ ବିଦ୍ୟାମାନ ହୁଏନ୍ତି। ଏ ହେଉଛନ୍ତି ଭାରତୀୟ ଧର୍ମଧାରାରେ ପ୍ରଥମ ଜ୍ୟୋତିର୍ଲିଙ୍ଗ। ସୋମନାଥ ଜ୍ୟାତିଲିଙ୍ଗ ସମ୍ପ୍ରତି ଗୁଜୁରାଟର ସୌରାଷ୍ଟ୍ରଠାରେ ଅବସ୍ଥିତି। ଏହାକୁ ପ୍ରଭାସ କ୍ଷେତ୍ର ମଧ୍ୟ କୁହାଯାଏ।