ଅମୃତସରରୁ ହାଜିପୁର ଯାଉଥିଲା ଆମ୍ରପାଲି ଏକ୍ସପ୍ରେସ୍ । ଏହି ଏଟ୍ରେନରେ ଜେନେରାଲ ବଗିରେ ଏକ ଦମ୍ପତ୍ତି ଯାତ୍ରା କରୁଥିଲେ । ଅଚାନକ ସେହି ୭୦ ବର୍ଷୀୟ ବୃଦ୍ଧଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା ଏବଂ ସେ ବେହୋସ୍ ହୋଇ ଯାଇଥିଲେ । ଠିକ ଏହି ସମୟରେ ତାଙ୍କର ପତ୍ନୀ ବିକଳ ହୋଇ ଚିଲେଇବା ସହ ସମସ୍ତଙ୍କୁ ସାହାଯ୍ୟ ମାଗିଥିଲେ ।
ଏହି ସମୟରେ ରାଜୀବ କୁମାର ଏବଂ ମନମୋହନ କୁମାର ନାମକ ୨ ଜଣ ଟିଟିଆଇ ସେହି ବୃଦ୍ଧ ଜଣଙ୍କୁ ସିପିଆର ଏବଂ ମାଉଥ ଟୁ ମାଉଠ ଅକ୍ସିଜେନର ସପୋର୍ଟ ଦେଇଥିଲେ । ୫ ମିନିଟ୍ ଧରି ଏପରି କରିବା ପରେ ଯାତ୍ରୀ ଜଣକ ଆଖି ଖୋଲିଥିଲେ ଏବଂ ସୁସ୍ଥ ଅନୁଭବ କରୁଥିବା କହିଥିଲେ । ପରେ ପରେ ତୁରନ୍ତ ଛପରା ଷ୍ଟେସନ ପାଖରେ ଏହି ବୃଦ୍ଧ ଜଣକଙ୍କୁ ହସ୍ପିଟାଲ ନିଆଯାଇଥିଲା । ଏବଂ ପ୍ରାଥମିକ ଚିକିତ୍ସା ପରେ ସୁରକ୍ଷିତ ଭାବରେ ତାଙ୍କୁ ହାଜୀପୁର ପହଞ୍ଚା ଯାଇଥିଲା । ଏବେ ସେ ସେଠାରେ ନିଜ ପରିବାରଙ୍କ ସହ ସୁରକ୍ଷିତ ରହିଥିବା ସୂଚନା ମିଳିଛି ।
ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲଗାଛି । ସ,ମସ୍ତେ ଏହି ସାହାସୀ ଟିଟିଆଇଙ୍କୁ ଖୁବ ପ୍ରଶଂସା କରିଛନ୍ତି । ଏପରିକି ରେଳନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ ତାଙ୍କର ଏହି ଭିଡିଓ ଶେୟାର କରିବା ସହ ଭାରତୀୟ ରେଳ ବିଭାଗକୁ ପ୍ରଶଂସା କରିଛନ୍ତି । ବାସ୍ତବରେ ଟିଟିଆଇଙ୍କ ଏପରି ସାହାସୀକତା କାର୍ଯ୍ୟ ବେଶ ପ୍ରଶଂସନୀୟ ।