ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଅଳ୍ପ କିଛି ଲୋକଙ୍କ ପାଇଁ ଦେଶରେ ବଦନାମ ହୋଇଥିଲା ଉତ୍ତରପ୍ରଦେଶ । କିନ୍ତୁ ଏବେ ଉତ୍ତରପ୍ରଦେଶ ପ୍ରତି ଲୋକମାନଙ୍କ ଧାରଣା ବଦଳିଛି । ଉତ୍ତରପ୍ରଦେଶ ଏବଂ ଗୋରଖପୁର ଲୋକମାନଙ୍କୁ ଆଗଧାଡିରେ ସ୍ଥାନ ମିଳୁଛି । ଗୋରଖପୁରରେ ରେଗାଲିଆ ରିସୋର୍ଟ ଏବଂ ବ୍ୟାଙ୍କୁଏଟ୍ ହଲ୍ ଉଦଘାଟନ ଅବସରରେ ଏହା କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଗତ ଫେବ୍ରୁଆରି ମାସରେ 40 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି । ପୂର୍ବରୁ ଏହି ପରିମାଣ 10ରୁ 12 ଲକ୍ଷ କୋଟି ମଧ୍ୟରେ ସୀମିତ ଥିଲା । ସମୟ ସହିତ ତାଳଦେଇ ଉତ୍ତରପ୍ରଦେଶ ଆଗକୁ ବଢୁଥିବା କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ବର୍ତ୍ତମାନ ସମସ୍ତେ ଚାହାନ୍ତି କି କମ ପରିଶ୍ରମରେ ନିଜର ଓଜନ କମାଇବା ପାଇଁ । ଯଦି ଏମିତି କିଛି ଆପଣବି ଚାହୁଁଛନ୍ତି ତେବେ କିସମିସ୍ ପାଣି ପିଅନ୍ତୁ ।କିସମିସ୍ ପାଣି ପିଇବା ଦ୍ଵରା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ। ଏହି ଶୁଖିଲା ଫଳର ପାଣି ପିଇବାର ସୁବିଧା ଏବଂ ଅସୁବିଧା କ’ଣ ଜାଣନ୍ତୁ
କିସମିସ୍ ଏକ ଭଲ ଶୁଖିଲା ଫଳ ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ଉପକାର ମିଳିଥାଏ । କିସମିସ୍ ଖାଇବାର ଅନେକ ଲାଭ ଅଛି ଆଜିକାଲି କିସମିସ୍ ପାଣି ବହୁତ ଚର୍ଚ୍ଚାରେ ।ଅନେକ ଲୋକ ବିଶ୍ୱାସ କରନ୍ତି କି କିସମିସ୍ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହେଇଥାଏ ।ଏହି ଶୁଖିଲା ଫଳରେ ପ୍ରାକୃତିକ ଚିନି, ଭିଟାମିନ୍ ଏବଂ ମିନେରାଲ୍ସ ରହିଥାଏ ଯାହା ଏହାକୁ ଖାଇବା ଦ୍ଵାରା ସୁସ୍ଥ କରିଥାଏ। ତେଣୁ କିସମିସ୍ ପାଣି ପିଇବା ଦ୍ୱାରା ଅନେକ ଲାଭ ମିଳିପାରେ କିନ୍ତୁ ଏହାର କିଛି ଅସୁବିଧା ମଧ୍ୟ ହୋଇପାରେ । ଏଠାରେ ଆମେ ଏହାର ସୁବିଧା ଏବଂ ଅସୁବିଧା ବିଷୟରେ କହୁଛୁ ।
କିସମିସ୍ ଜଳର ଉପକାର :-
ଓଜନ ହ୍ରାସ କରିବାରେ ସହାୟକ ହୁଏ:-କିସମିସ୍ ପାଣିରେ କମ୍ ପରିମାଣର ପ୍ରାକୃତିକ ଚିନି ରହିଥାଏ। ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
ଅନ୍ତନଳୀକୁ ସଫା ରଖେ:-କିସମିସରେ ପ୍ରଚୁର ପରିମାଣର ଫାଇବର ଥାଏ ଯାହା ଆପଣଙ୍କ ଅନ୍ତନଳୀକୁ ସଫା ଏବଂ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ
ଶକ୍ତିଶାଳୀ: କିସମିସରେ ପ୍ରାକୃତିକ ଚିନି ରହିଥାଏ ଯାହା ଶରୀରକୁ ଶକ୍ତି ଯୋଗାଇଥାଏ । ଏହା ଆପଣଙ୍କ ଶରୀରକୁ ଶକ୍ତିଶାଳୀ ଏବଂ ଉତ୍ସାହିତ ରଖେ
କିସମିସ୍ ଜଳର ଅସୁବିଧା :-
ଅତ୍ୟଧିକ କ୍ୟାଲୋରୀ: କିସମିସରେ ଚିନି ସହିତ ଅଧିକ ପରିମାଣର କ୍ୟାଲୋରୀ ଥାଏ । ଅଧିକ ପରିମାଣର କିସମିସ୍ ପାଣି ପିଇଲେ ଓଜନ ବଢିପାରେ ।
ହାଇ ଗ୍ଲାଇସେମିକ୍ ଇଣ୍ଡେକ୍ସ: କିସମିସ୍ ପାଣିରେ ଏକ ଉଚ୍ଚ ଗ୍ଲାଇସେମିକ୍ ଇଣ୍ଡେକ୍ସ ଅଛି ଯାହା ମଧୁମେହ ରୋଗୀଙ୍କ ପାଇଁ ପରିଚାଳନା କରିବା କଷ୍ଟକର ହୋଇପାରେ ତେଣୁ କିସମିସ୍ ପାଣି ପିଇବା ପୂର୍ବରୁ ଆପଣ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ଆହୁରି ମଧ୍ୟ ଏହାକୁ ଅଳ୍ପ ପରିମାଣରେ ଖାଇବା ଏବଂ ସୁସ୍ଥ ଖାଦ୍ୟ ଏବଂ ବ୍ୟାୟାମ କରନ୍ତୁ ସୁସ୍ତ ରୁହନ୍ତୁ ।
ଅଧିକ ପଢନ୍ତୁ ଜୀବନ ଶୈଳୀ ଖବର
ଅର୍ଗସ ବ୍ୟୁରୋ: ବସ୍ ଚକା ତଳେ ଖସିପଡ଼ି ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ରାହୁଲ ନାୟକ ତାଙ୍କ ଘର ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ହିଞ୍ଜିଳି ଥାନା ଅନ୍ତର୍ଗତ ରାଲବ ଗ୍ରାମରେ ରାହୁଲଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି।
ସୂଚନା ଅନୁସାରେ ବସଟି ହିଞ୍ଜିଳିରୁ ପୁରୁଷୋତ୍ତମପୁର ଯିବା ସମୟରେ ହଠାତ ଭାରସାମ୍ୟ ହରେଇବା ଫଳରେ ରାହୁଲ ହଠାତ ବସ ଚକା ତଳେ ଖସିପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ସୁରକ୍ଷା ଦୃଷ୍ଟିରୁ ଡ୍ରୋନ୍ ଉଡ଼ାଣ ମନା କରାଯାଇଛି। ନୋ ଫ୍ଲାଇଂ ଜୋନ୍ ସହ ଡ୍ରୋନ୍ ଉଡ଼ାଣ ବାରଣ ପାଇଁ କଡ଼ା ନିର୍ଦ୍ଦେଶ ରହିଛି। ଆସନ୍ତା 10 ଓ 11 ତାରିଖରେ 2 ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ।
ଭୁବନେଶ୍ଵରରେ ରୋଡ୍ ସୋ’ ସହ କନ୍ଧମାଳ, ବରଗଡ଼ ଓ ବଲାଙ୍ଗିରରେ ସଭାସ୍ଥଳକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା ପାଇଁ ଗୁଇନ୍ଦା ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଦିଆଯାଇଛି।
ଅଧିକ ପଢ଼ନ୍ତୁ ରାଜନୀତି ଖବର