ଅପରାଧୀ- ମାଫିଆ ଓ ବାହୁବଳୀ ମାନଙ୍କୁ ସାବାଡ୍ କରିବା ଓ ନିୟନ୍ତ୍ରଣ କରିବାକୁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବୁଲଡୋଜର ମଡେଲ ଅତ୍ୟନ୍ତ ପ୍ରଭାବୀ ସାବ୍ୟସ୍ତ ହୋଇଛି । ସମାଜବାଦୀ ପାର୍ଟି ସରକାରରେ ଅପରାଧର ଚରମରେ ଥିବା ଉତ୍ତର ପ୍ରଦେଶ ବର୍ତମାନ ଯୋଗୀ ଆଦିତ୍ୟନାଥଙ୍କ ସରକାରରେ ଅପରାଧକୁ କମ୍ କରାଇବାରେ ସଫଳ ହୋଇଛନ୍ତି । ଆଇନ ଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ ନିୟନ୍ତ୍ରଣରେ ରହିଛି । ଏହାର ଶ୍ରେୟ ଯୋଗୀଙ୍କୁ ବୁଲଡୋଜର ନୀତିକୁ ଯାଏ । ଯେ ପର୍ଯ୍ୟନ୍ତ ମାଫିଆ, ଅପରାଧୀ ମାନଙ୍କ ମନରେ ପ୍ରଶାସନ ପ୍ରତି ଭୟ ନ ରହିବ ସେ ଯାଏ ଅପରାଧ ଚାଲିଥିବ। ତେଣୁ ଅପରାଧୀ ଓ ମାଫିଆଙ୍କ ମନରେ ଭୟ ସୃଷ୍ଟି କରିବାକୁ ଯୋଗୀ ଆଦିତ୍ୟନାଥ ଆରମ୍ଭ କରିଥିବା ଏହି ମଡେଲ ଲୋକପ୍ରିୟ ହେବାରେ ଲାଗିଛି ।
ଯୋଗୀଙ୍କ ପରେ ଏହି ମଡେଲ ଆସାମରେ ହେମନ୍ତ ବିଶ୍ୱଶର୍ମା ଲାଗୁ କରିଛନ୍ତି । ମଧ୍ୟ ପ୍ରଦେଶର ଗୃହ ମନ୍ତ୍ରୀ ନରୋତ୍ତମ ମିଶ୍ର ମଧ୍ୟ ଏହି ବୁଲଡୋଜର ନୀତିକୁ ଅପରାଧୀ ଓ ମାଫିଆ ମାନଙ୍କ ବିରୁଦ୍ଧରେ କରୁଛନ୍ତି ।ତେବେ ଏହି ବୁଲଡୋଜର ନୀତି ଏବେ ଜାମ୍ମୁ କାଶ୍ମୀର ପ୍ରଶାସନ ମଧ୍ୟ ଲାଗୁ କରିଛି । ଆତଙ୍କବାଦୀ ମାନଙ୍କ ଘରରୁ ବୁଲଡୋଜର ଜରିଆରେ ମାଟିରେ ମିଶାଇବା କାମ ଏବେ ଜାମ୍ମୁ କାଶ୍ମୀରରେ ଆରମ୍ଭ ହୋଇଛି । ମିଳିଥିବା ସୂଚନା ଅନୁସାରେ ଏହି ଆତଙ୍କବାଦୀର ନାମ ଆଶିକ । ସେ ଜୈଶ-ଏ- ମୋହମ୍ମଦ ଆତଙ୍କବାଦୀ ସହ ଜଡିତ ।
ସେ ତାର ଘରକୁ ସରକାରୀ ଜମି ଉପରେ କବ୍ଜା କରିବା ପରେ ଏହି ଘର ନିର୍ମାଣ କରିଥିଲା । ତେବେ ଜାମ୍ମୁ କାଶ୍ମୀର ପ୍ରଶାସନ ପୋଲିସ ସହିତ ଉପସ୍ଥିତ ରହି ତାର ଘରକୁ ଧ୍ବସ୍ତ କରି ଦେଇଛନ୍ତି ।ସୁରକ୍ଷା ବିଶେଷଜ୍ଞ ମାନଙ୍କ କହିବା କଥା ଯେ ଜାମ୍ମୁ କାଶ୍ମୀରର ଇତିହାସରେ ପ୍ରଥମ ଥର ପାଇଁ କୌଣସି ଆତଙ୍କବାଦୀର ଘରକୁ ବୁଲଡୋଜଳ ଚଳା ଯାଇ ଧ୍ୱସ୍ତ କରାଯାଇଛି । ଏହା ଦ୍ୱାରା ଏକ ବଡ ବାର୍ତା ଦିଆଯାଇଥିବା ସେମାନେ କହିଛନ୍ତି । ଏହି ଆତଙ୍କବାଦୀ ଆଶିକ୍ ଜୈଶ ସହ ଜଡିତ । ବର୍ତମାନ ସେ ସୁରକ୍ଷା ବଳଙ୍କ ହିଟ୍ ଲିଷ୍ଟରେ ଅଛି । ଜାମ୍ମୁ କାଶ୍ମୀର ପୋଲିସର କହିବା ଅନୁସାରେ ସେ ବର୍ତମାନ ପାକ୍ ଅଧିକୃତ କାଶ୍ମୀରରେ ଅଛି ।
ଭାରତ ଖବର ଆହୁରି ପଢନ୍ତୁ