ଯାହାକୁ ନେଇ ଏବେ ସରଗରମ କେନ୍ଦ୍ରାପଡ଼ା ରାଜନଗର ବିଜେଡ଼ି ରାଜନୀତି । ଦିନ ଥିଲା ଧ୍ରୂବ ସାହୁ ଓ ତାଙ୍କ ସମର୍ଥକ ମାନେ ଅଂଶୁମାନଙ୍କ କୁଶ ପୁତ୍ତଳିକା ଦାହ କରୁଥିଲେ । ଅଂଶୁମାନଙ୍କ ସମର୍ଥକ ମାନେ ଧ୍ରୂବ ସାହୁଙ୍କୁ ଧାନ ଚୋର ଓ ଟେଣ୍ଡର ଫିକ୍ସିଂର ଦୋଷ ଦେଇ କୁଶପୁତ୍ତଳିକା ଦାହ ମଧ୍ୟ କରୁଥିଲେ । ହେଲେ ଏବେ କୋଳାକୋଳି ସ୍ଥିତି ।
କିନ୍ତୁ ଆଜି ସେଇମାନେ ମିଠା ଖିଆଖୋଇ ହୋଇ କୋଳାକୋଳି ହେଉଛନ୍ତି । କିନ୍ତୁ ଦିନେ ସ୍ବର୍ଗତ ନଳିନୀନ ବାବୁଙ୍କୁ ବିଜେଡି ଦଳ ସ୍ୟାଡୋ ଅଫ କରପ୍ସନ ନାରେ ବହିଷ୍କାର କରିଥିଲା । ତାଙ୍କ ସୁପୁତ୍ର ଆଜି କ୍ଷମତା ଲୋଭରେ ବିଜେଡିରେ ଯୋଗଦେଇଛନ୍ତି । ସେହିପରି ବିଧାୟକ ଧ୍ରୂବ ସାହୁ ସ୍ବର୍ଗତ ନଳିନୀ ବାବୁଙ୍କ ପାଖରୁ ରାଜନୀତିର ABCD ସିଖିଥିଲେ । କିନ୍ତୁ କ୍ଷମତା ପାଇଁ ନଳିନୀ ବାବୁଙ୍କୁ ଅନେକ ଥର ଗାଳି ଦେବାର ମଧ୍ୟ ଦେଖା ଯାଇଛି ।
ବିଗତ ଦିନରେ ଅଂଶୁମାନ ମହାନ୍ତି ଧ୍ରୁବ ସାହୁଙ୍କୁ ଧାନ ଚୋର, ଟେଣ୍ଡର ମାଫିଆ କହି ବହୁବାର କୁଶ ପୁତ୍ତଳିକା ଦାହ କରିଛନ୍ତି । ଅନୁରୂପ ଭାବେ ବିଭିନ୍ନ ସମସ୍ୟା ନେଇ ଧ୍ରୁବ ସାହୁ ଅଂଶୁମାନଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି । ବର୍ତ୍ତମାନ, ଧ୍ରୂବ ସାହୁ ଓ ଅଂଶୁମାନ ମହାନ୍ତି ଦୁଇଜଣ ମିଠା ଖୁଆ ଖୋଇ ହେବାର ଫୋଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏହାକୁ ଦେଖି କିଛି କର୍ମୀ ବି ମିଠା ଖୁଆଖୁଇର ଫଟ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଏଥି ପାଇଁ କୁହାଯାଏ ରାଜନୀତିରେ ସବୁ ସମ୍ଭବ । କେତେବେଳେ କୋଳାକୋଳି ତ କେତେବେଳେ ଟଣାଓଟରା ।