କେବଳ ବାଙ୍କୀ ବ୍ଲକ୍ ରେ ୬ ହଜାର ୩ଶହ ୬୪ ହେକ୍ଟର ଜମି ରେ ଖରିଫ ଧାନ ଫସଲ ଚାଷ ହୋଇଥିଲା। ୩ ଶହ ୭୦ ହେକ୍ଟର ଜମିରେ ଅନ୍ୟ ଫସଲ କରିଥିଲେ ଚାଷୀ । ସେହିପରି ଡମପଡ଼ା ବ୍ଲକ୍ ର ୧୭ ଗୋଟି ପଞ୍ଚାୟତ ଓ ବାଙ୍କୀ ଏନ୍, ଏ, ସି, ରେ ୬ହଜାର ଦୁଇ ଶହ ହେକ୍ଟର ଜମିରେ ଧାନ ଫସଲ ହୋଇଥିଲା । ବନ୍ୟା ଜଳରେ ୧୩ ଶହ ୫୦ ହେକ୍ଟର ଧାନ ଫସଲ ଓ ୬୨ ହେକ୍ଟର କ୍ଷେତରେ ପରିବା ଫସଲ ନଷ୍ଟ ହୋଇଥିବା ନେଇ କୃଷି ଓ ରାଜସ୍ବ ବିଭାଗ ପକ୍ଷରୁ ରାଜ୍ୟ ସରକାର ଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ରିପୋର୍ଟ ପ୍ରଦାନ କରାଯାଇଛି ।
ବାଙ୍କୀ ବ୍ଲକ୍ ର କେନ୍ଦୁପଲ୍ଲୀ ଓ ବଲଭଦ୍ରପୁର ଗ୍ରାମ ପଞ୍ଚାୟତର ଗୌଡ ଛେଲିରେ ଜୁଣିଆଁ ନାଳରେ ପାଣି ମାଡ଼ି ଆସିବାରୁ ଘାଇ ହୋଇ ବହୁ ଜମି ରେ ବାଲିଚର ହୋଇଛି । କ୍ଷତିଗ୍ରସ୍ତ ଚାଷୀମାନେ ଏନେଇ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି । ରାଜସ୍ବ ନିରୀକ୍ଷକ ନିଜେ ନଆସି ଅନ୍ୟ ଲୋକଙ୍କୁ ତଦନ୍ତ କରିବାକୁ ପଠାଇଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସେପଟେ ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି ବାଙ୍କୀ ଉପଜିଲ୍ଲାପାଳ ।
ଲଗାଣ ବର୍ଷାରେ ବର୍ଷକର ଫସଲ ନଷ୍ଟ ହୋଇଥିବାରୁ ଚାଷୀଙ୍କ ଚିନ୍ତା ବଢୁଛି । ଏପରି ସମୟରେ ରାଜ୍ୟ ସରକାର ତୁରନ୍ତ କ୍ଷୟକ୍ଷତିର ଆକଳନ କରି ସହାୟତା ଯୋଗାଇ ଦେବାକୁ ଚାଷୀ ନିବେଦନ କରିଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...