ଗତ 11 ତାରିଖରେ ଜଣେ ଅଭିଯୁକ୍ତ ଗଣେଶ ସାଥୁଆ ଓ ଆଜି ଭାରତର ଫାଇନାନ୍ସର ଦୁଇ ଜଣ ପୂର୍ବତନ କର୍ମଚାରୀ ସୁରଜ ପ୍ରଧାନ ଓ ସୁଶାନ୍ତ ମହାକୁଡ଼ଙ୍କୁ ବାନ୍ଧିଛି ଭେଡେନ ପୋଲିସ । ସୁଶାନ୍ତ ବରଗଡ଼ ଜିଲ୍ଲାର ହୋଇଥିବା ବେଳେ ସୁରଜ ପ୍ରଧାନ ସୋନପୁର ଜିଲ୍ଲାର ବାସିନ୍ଦା । ଏମାନଙ୍କୁ ପାଇକମାଳରୁ ଗିରଫ କରାଯାଇଛି। ତେବେ ବଡ଼ ପ୍ରଶ୍ନ ହେଲା ଲୁଟରେ ମୁଖ୍ୟ କାର୍ପଟଦାର ଭାରତ ଫାଇନାନ୍ସ ଓ ଇଣ଼୍ଡସିଇଣ଼୍ଡ ବ୍ୟାଙ୍କର ପୂର୍ବତନ ମ୍ୟାନେଜରଙ୍କ ପାଖରେ କେବେ ପହଞ୍ଚିବ ପୋଲିସ ଫନ୍ଦା ?
ଗରିବ ଲୋକଙ୍କୁ ଫସାଇ ସେମାନଙ୍କର ଦସ୍ତଖତ ଓ ଫିଙ୍ଗରପ୍ରିଣ୍ଟ ନେଇ ଉଠାଯାଇଛି କୋଟି କୋଟି ଟଙ୍କାର ଋଣ । ବରଗଡ଼ ଜିଲ୍ଲାର ଭେଡେନ, ବରପାଲି, ବରଗଡ଼ ବ୍ଲକ୍ ସମେତ ସୋନପୁର ଜିଲ୍ଲାର ବିନିକା ଓ ବୀରମହାରାଜପୁର ଯାଏଁ ବହୁ ଲୋକ ପାଲଟିଛନ୍ତି ଏହି ଲୁଟର ଶିକାର। ଧୋକାର ଶିକାର କେତେକ ଅନ୍ୟ ସଂସ୍ଥାରେ ଋଣ ପାଇଁ ଆବେଦନ କରିବା ବେଳେ ସେମାନଙ୍କ ନାଁରେ ପୂର୍ବରୁ ଋଣ ଥିବା ଓ ପଠଇ କରାଯାଇନଥିବା ଜଣାଯାଇଥିଲା। ଏହା ପରେ ସାମ୍ନାକୁ ଆସିଲା ଭାରତ ଫାଇନାନ୍ସର କେଳେଙ୍କାରୀ।
ପ୍ରଶ୍ନ ହେଲା କେବଳ ବରଗଡ଼ ଓ ସୋନପୁର ଜିଲ୍ଲାରେ ଏହି ଋଣ ଠକେଇ ହୋଇଛି ନା ଆଉ କେଉଁ ଜିଲ୍ଲାକୁ ଲମ୍ବିଛି ଲୁଟର ଚେର। କୋଟିକୋଟି ଟଙ୍କା ଲୁଟ୍ ମାମଲାରେ ପୋଲିସ ତଦନ୍ତକୁ ନେଇ ମଧ୍ୟ ଉଠୁଛି ପ୍ରଶ୍ନ ।
ଆହୁରି ପଢନ୍ତୁ ଓଡିଶା ଖବର...