ଅଧିକ ପଢନ୍ତୁ : ଗାଡ଼ି ମଡ଼ାଇ ପୋଲିସ କନଷ୍ଟେବଲଙ୍କୁ ନିର୍ମମ ହତ୍ୟା
ମଦ୍ୟପାନ କରି ବରିଷ୍ଠ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ନିଳମ୍ବିତ କରାଯାଇଛି।
ଅର୍ଗସ ବ୍ୟୁରୋ : ମଦ୍ୟପାନ କରି ୩ ସୁରକ୍ଷା କର୍ମୀ ନିଲମ୍ବିତ। ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ବଡ଼ମାଲ ଗୋଳାବାରୁଦ କାରଖାନାର 3 ଜଣ ସୁରକ୍ଷା କର୍ମୀ ଡ୍ୟୁଟିରେ ଥିବା ସମୟରେ ମଦ୍ୟପାନ କରି ନିଲମ୍ବିତ ହୋଇଛନ୍ତି। ଗୋଲାବାରୁଦ କାରଖାନାର ଆଭ୍ୟନ୍ତରୀଣ କ୍ଷେତ୍ର ସୁରକ୍ଷାରେ ନିୟୋଜିତ କର୍ମୀ ଭରତ ସାହୁ, ରତନ ଭୋଇ, ଶ୍ୟାମ କୁମାର ଭୋଇ ନିଲମ୍ବିତ।
ଅଧିକ ପଢନ୍ତୁ : ଗାଡ଼ି ମଡ଼ାଇ ପୋଲିସ କନଷ୍ଟେବଲଙ୍କୁ ନିର୍ମମ ହତ୍ୟା
ମଦ୍ୟପାନ କରି ବରିଷ୍ଠ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ନିଳମ୍ବିତ କରାଯାଇଛି।
ଅର୍ଗସ ବ୍ୟୁରୋ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ବେଙ୍ଗାଲୁରୁ ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତକୁ ୮ ଉଇକେଟରେ ପରାଜୟର ସାମ୍ନା କରିବାକୁ ପଡିଛି। ନ୍ୟୁଜିଲାଣ୍ଡ ୩୬ ବର୍ଷ ପରେ ଭାରତ ମାଟିରେ ଟେଷ୍ଟ ମ୍ୟାଚରେ ବିଜୟ ହାସଲ କରିଛି। ଏବେ ଏହି ସିରିଜର ଦ୍ୱିତୀୟ ମ୍ୟାଚ୍ ୨୪ ଅକ୍ଟୋବରକୁ ପୁଣେରେ ଖେଳାଯିବ।
ଏବେ ଦ୍ୱିତୀୟ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳରେ ପରିବର୍ତନ ଦେଖିବାକୁ ମିଳିଛି। ବିସିସିଆଇର ଚୟନ କମିଟି ଅଲରାଉଣ୍ଡର ୱାସିଂଟନ ସୁନ୍ଦରଙ୍କୁ ସିରିଜର ବାକି ଦୁଇ ମ୍ୟାଚ୍ ପାଇଁ ଟିମରେ ସାମିଲ କରାଯାଇଛି। ସୁନ୍ଦର ଦ୍ୱିତୀୟ ମ୍ୟାଚ୍ ଆରମ୍ଭ ପୂର୍ବରୁ ଭାରତୀୟ ଟିମ୍ ସହିତ ଯୋଗଦେବେ। ସୁନ୍ଦର ନିକଟରେ ରଣଜୀ ଟ୍ରଫି ଦ୍ୱିତୀୟ ରାଉଣ୍ଡରେ ତାମିଲନାଡୁ ପାଇଁ ଖେଳି ୧୫୨ ରନର ଚମତ୍କାର ଇନିଂସ ଖେଳିଥିଲେ।
ତେବେ ଅତିରିକ୍ତ ଅଲରାଉଣ୍ଡର ବିକଳ୍ପ ଭାବରେ ୨୫ ବର୍ଷୀୟ ୱାଶିଂଟନ୍ ସୁନ୍ଦରଙ୍କୁ କାହିଁକି ଭାରତୀୟ ଦଳରେ ଅନ୍ତର୍ଭୁକ୍ତ କରାଯାଇଛି ତାହା ବିସିସିଆଇ ସ୍ପଷ୍ଟ କରି ନାହିଁ। ଯେହେତୁ ଭାରତୀୟ ଦଳରେ ରବିଚନ୍ଦ୍ରନ ଅଶ୍ୱିନ, ରବିନ୍ଦ୍ର ଜାଡେଜା ଏବଂ ଅକ୍ଷର ପଟେଲଙ୍କ ଭଳି ଖେଳାଳି ଅଛନ୍ତି। ଭାରତ ବର୍ତ୍ତମାନ ୧୬ ଜଣିଆ ଦଳ ସହିତ ପୁଣେ ଏବଂ ମୁମ୍ବାଇ ଟେଷ୍ଟରେ ଓହ୍ଲାଇବ।
ଭାରତୀୟ ଟିମ୍: ରୋହିତ ଶର୍ମା(ଅଧିନାୟକ), ଜସପ୍ରୀତ ବୁମ୍ରା (ଉପ-ଅଧିନାୟକ), ଯଶସ୍ୱୀ ଜୈସ୍ବାଲ, ଶୁଭମାନ ଗିଲ, ବିରାଟ କୋହଲି, କେ.ଏଲ୍ ରାହୁଲ, ସର୍ଫରାଜ ଖାନ, ଋଷଭ ପନ୍ତ (ଉଇକେଟ ରକ୍ଷକ), ଧ୍ରୁଭ ଜୁରେଲ (ଉଇକେଟ ରକ୍ଷକ), ରବିଚନ୍ଦ୍ରନ ଅଶ୍ୱିନ୍, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଆକାଶ ଦୀପ, ୱାଶିଂଟନ୍ ସୁନ୍ଦର।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
ଅର୍ଗସ ବ୍ୟୁରୋ: ଜମ୍ମୁ-କଶ୍ମୀରର ଗନ୍ଦରବଲ ଜିଲ୍ଲା ଗଗନଗିରିର ସୋନମର୍ଗ ଅଞ୍ଚଳରେ ଜେଡ୍-ମୋଡ୍ ଟନେଲ ନିକଟରେ ଏକ ଗୁଳିବିନିମୟ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ସନ୍ଦିଗ୍ଧ ଆତଙ୍କବାଦୀ ଆକ୍ରମଣରେ ୨ ଜଣ ପ୍ରବାସୀ ଶ୍ରମିକ ନିହତ ହୋଇଛନ୍ତି। ଏଥିରେ ୨ରୁ ୩ ଜଣ ଆହତ ହୋଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଥିଲା।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଥିଲା। ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ୨ ଜଣ ଜମ୍ମୁ ଓ କଶ୍ମୀର ବାହାରର ଶ୍ରମିକ ବୋଲି ସୂଚନା ମିଳିଛି।
ଗତକାଲି ଜମ୍ମୁ-କଶ୍ମୀରର ବାରମୁଲା ଜିଲ୍ଲାର ଉରି ସେକ୍ଟରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷାବାହିନୀ ପଣ୍ଡ କରିଦେଇଥିଲେ। ଏହି ଅନୁପ୍ରବେଶ ସମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା। କିଛିଦିନ ତଳେ ସୋପିଆଁରେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଜଣେ ପ୍ରବାସୀ ଶ୍ରମିକ ନିହତ ହୋଇଥିଲା।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ଆଉ ଚଳିବନି ଅଫିସରଙ୍କ ମନମାନି। ନିର୍ଦ୍ଦିଷ୍ଟ ସମୟ ଭିତରେ ଲୋକଙ୍କୁ ସେବା ଯୋଗାଇବାକୁ ବାଧ୍ୟ ସରକାରୀ ଅଧିକାରୀ। ଏ ଦିଗରେ ବଡ଼ ପଦକ୍ଷେପ ନେଇଛି ରାଜସ୍ବ ବିଭାଗ। ବିଭାଗ ଅଧୀନରେ ଆସୁଥିବା ତହସିଲ, ସବ୍ ରେଜିଷ୍ଟ୍ରାର, ଆରଆଇ ଭଳି ଅଫିସରେ କାମ କରୁଥିବା ଅଧିକାରୀଙ୍କ କାମର ମୂଲ୍ୟାଙ୍କନ କରିବେ ସାଧାରଣ ଜନତା । ଏ ନେଇ ବଡ଼ ଘୋଷଣା କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ରାଜସ୍ବ ବିଭାଗର ଅଫିସକୁ କାମ ପାଇଁ ଆସୁଥିବା ଲୋକେ ଅଫିସରଙ୍କ କାମ ଦେଖି ନମ୍ବର ଦେବେ।
ଯେଉଁ ଅଧିକାରୀଙ୍କର ବାରମ୍ବାର 10 ନମ୍ବରରୁ କମ୍ ରହିବ ସେମାନଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଗୋଟିଏ ପଟେ ମନ୍ତ୍ରୀଙ୍କ କଡ଼ା ବାର୍ତ୍ତା ଅନ୍ୟପଟେ ଏ ନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛି ରାଜସ୍ବ ବିଭାଗ। ଆର୍ ଆଇ, ଏ ଆର ଆଇ, ଅମିନ ମାନଙ୍କ କାମ ଉପରେ କଡ଼ା ନଜର ରଖାଯିବ। ଅଫିସକୁ ଅଭିଯୋଗ କିମ୍ବା କାମ ପାଇଁ ଆସୁଥିବା ଲୋକଙ୍କୁ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ସେବା ନଯୋଗାଇଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ରାଜସ୍ବ ବିଭାଗର ଏ ପଦକ୍ଷେପକୁ ସବୁ ମହଲରୁ ସ୍ବାଗତ କରାଯାଉଛି।
ବିଜେଡି ଶାସନରେ ଚାଲିଥିଲା ଅଫିସରଙ୍କ ରାଜ୍। ଜନତାଙ୍କୁ ସେବା ଦେବା ନେଇ ସରକାରୀ ଅଧିକାରୀଙ୍କର ନ ଥିଲା କୌଣସି ଉତ୍ତରଦାୟିତ୍ବ। ଏବେ ସେକାଳ ପଖାଳ ଆଉ ନାହିଁ। ବିଜେପି ସରକାରରେ ଚାଲିବ ଜନତାଙ୍କ ଶାସନ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର