କେନ୍ଦ୍ରୀୟ ଡ୍ରଗ୍ ମାନକ ସଂଗଠନ ପ୍ରତି ମାସ ବଜାରରୁ ଔଷଧର ନମୁନା ସଂଗ୍ରହ କରି ବିଭିନ୍ନ ପାରାମିଟରରେ ପରୀକ୍ଷା କରିଥାଏ। ସେପ୍ଟେମ୍ବର ମାସରେ 49ଟି ଫାର୍ମାସ୍ୟୁଟିକାଲ୍ ଉତ୍ପାଦ ଚିହ୍ନଟ କରିଛି CDSCO, ଯାହା ସାରା ଦେଶର ପ୍ରାୟ ୩ ହଜାର ଔଷଧ ମଧ୍ୟରୁ ଗୁଣାତ୍ମକ ମାନରେ ଫେଲ୍ ମାରିଛି । ସଦ୍ୟତମ ମାସିକ ଡ୍ରଗ୍ ଆଲର୍ଟ ଲିଷ୍ଟରେ ପାରାସିଟାମଲ ସମେତ 49 ଟି ଔଷଧକୁ 'ନଟ୍ ଅଫ୍ ଷ୍ଟାଣ୍ଡାର୍ଡ କ୍ୱାଲିଟି ବର୍ଗୀରେ ସାମିଲ କରିଛି କେନ୍ଦ୍ରୀୟ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ । 40ଟି ପାର୍ମାସ୍ୟୁଟିକାଲ କମ୍ପାନୀର ଔଷଧକୁ ନକଲି ଘୋଷଣା କରାଯାଇଥିବାବେଳେ ଅକ୍ସିଟୋସିନ୍, ମେଟ୍ରୋନିଡାଜୋଲ, ଫ୍ଲୁକୋନାଜୋଲକୁ ଗୁଣବତ୍ତାର ଅଭାବ ତାଲିକାରେ ସାମିଲ କରାଯାଇଛି।
ଏନ୍ଏସ୍କ୍ୟୁ ଖରାପ ଥିବା ଔଷଧକୁ ବଜାରରୁ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଣ୍ଠୁଗଣ୍ଠି ବିନ୍ଧା, ଶରୀର ବ୍ୟଥା, ଦୁର୍ବଳତା ଏବଂ ଶକ୍ତିହୀନତା ପାଇଁ ଡାକ୍ତର ପରାମର୍ଶ ଦେଉଥିବା ଏହି ସହୁ କ୍ୟାଲସିୟମ, ଭିଟାମିନ ଔଷଧକୁ ନକଲି ଦର୍ଶାଇଛି ସିଡିଏସସିଓ । ସେପ୍ଟେମ୍ବରରେ ପରୀକ୍ଷା ହୋଇଥିବା ସମୁଦାୟ ନମୁନା ମଧ୍ୟରୁ ମାତ୍ର 1.5 ପ୍ରତିଶତ ଔଷଧ ନକଲି ଚିହ୍ନଟ ହୋଇଛି । ବଜାରରେ ମିଳୁଥିବା ସମସ୍ତ ଔଷଧ ନୁହେଁ ବରଂ ମାତ୍ର 49ଟି ଔଷଧ CDSCO ପରୀକ୍ଷଣରେ ଫେଲ ମାରିଛି ।