ସାପକୁ ଶିଶୁ ଜଣକ ଧରି ପକାଇଥିଲା । ଫଳରେ ସାପ ଶିଶୁର ହାତ ଓ ଗୋଡ଼ରେ ପ୍ରାୟ ଚାରି ପାଞ୍ଚ ଥର ଚୋଟ ମାରି ପଳାଇ ଯାଇଥିଲା । ପରିବାର ଲୋକ ତାଙ୍କୁ ଉଦ୍ଧାର କରି ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ସାପ କାମୁଡାରେ ଜଣେ ଶିଶୁର ମୃତ୍ୟୁ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ହିଲୁଙ୍ଗ ଗାଁ ରେ ଘଟିଛି ଅଘଟଣ। ସୂଚନା ଅନୁସାରେ ଗଇଲଗୁଡ଼ି ଗାଁ ର ଶାନ୍ତି କୋରା ନିଜର ପରିବାର ସହ ହିଳୁଙ୍ଗ ଗାଁରେ ରହି ମାଗି ଯାଚି ଚଳୁଥିଲେ । ତେବେ ଆଜି ସକାଳୁ ତାଙ୍କ ସାଢେ଼ ତିନି ବର୍ଷର ପୁଅ ଘର ଆଗରେ ଖେଳୁଥିବା ସମୟର ଏକ ନାଗ ସାପ ପଶି ଆସିଥିଲା ।
ସାପକୁ ଶିଶୁ ଜଣକ ଧରି ପକାଇଥିଲା । ଫଳରେ ସାପ ଶିଶୁର ହାତ ଓ ଗୋଡ଼ରେ ପ୍ରାୟ ଚାରି ପାଞ୍ଚ ଥର ଚୋଟ ମାରି ପଳାଇ ଯାଇଥିଲା । ପରିବାର ଲୋକ ତାଙ୍କୁ ଉଦ୍ଧାର କରି ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଓଡିଶାରେ ଯେତେ ବିକାଶ ହେଲେ କିନ୍ତୁ ଦାଦନର ଦୁଖଃ କମୁନାହିଁ । ଓଡିଶାରେ ରୋଜଗାର ପାଇଁ କୌଣସି କାମଧନ୍ଦା ନପାଇ ପରିବାର ପ୍ରତିପୋଷଣ ଓ ଅଧିକ ଅର୍ଥ ଉପାର୍ଜନ ପାଇଁ ନିଜର ଭିଟାମାଟି ଓ ନିଜ ଲୋକଙ୍କୁ ଛାଡି କାମ କରିବାକୁ ଲୋକ ମାନେ ଯାଆନ୍ତି ବାହାର ରାଜ୍ୟକୁ । ବେଳେବେଳେ ସେମାନେ ଅନେକ ସମାସ୍ୟା ସମ୍ମୁଖୀନ ହୁଅନ୍ତି ତ ପୁଣି କେତେବେଳେ ସେମାନଙ୍କ ମୃତ ଶରୀର ଫେରେ ଗାଁ କୁ। ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବାଗଲପୁର ଗ୍ରାମର କାର୍ତିକ ପ୍ରଧାନଙ୍କ ଏକ ମାତ୍ର ରୋଜଗାରିଆ ପୁଅ ସାଗର ପ୍ରଧାନଙ୍କ ମୃତ୍ୟୁ ଖବର ଆସି ପହଞ୍ଚିବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।
ପରିବାର ଉପରେ ଥିବା ୯ ଲକ୍ଷ ଟଙ୍କାର ଋଣ ବୋଝରୁ ମୁକୁଳିବା ପାଇଁ ବାପା କାର୍ତିକ ପ୍ରଧାନ ଦାଦନ ଖଟିବା ପାଇଁ ମାଳଦ୍ବୀପ ଯାଇଥିବା ବେଳେ ଏକ ମାତ୍ର ରୋଜଗାରିଆ ପୁଅ ଶବ ହୋଇ ଭିଟା ମାଟିକୁ ଫେରିଛି। ତାର ମୃତ ଦେହକୁ ଭିଟାମାଟିକୁ ଫେରାଇ ଆଣିବା ପାଇଁ ଅର୍ଗସରେ ବାରମ୍ବାର ଖବର ପ୍ରସାରଣ କରାଯାଇଥିଲା। ଦୀର୍ଘ ୧୪ ଦିନ ପରେ ଗାଁରେ ପହଞ୍ଚିଲା ମୃତ ଶରୀର। ତାଙ୍କ ଶରୀରର କୌଣସି ସ୍ଥାନରେ କଟା ଦାଗଟିଏ ନଥିବାରୁ ଗାଁ ଓ ପରିବାର ଲୋକେ ଅଭିଯୋଗ କରିଥିଲେ ସାଗରକୁ ସେଠାରେ ମାରି ଦିଆଯାଇଛି ।
ଖଲ୍ଲିକୋଟରେ ନିଜକୁ ପୋଷିବା ପାଇଁ ଦାଦନ ଗଡ଼ରେ ପରିଣତ ହେଲାଣି ।ଗତ ପାଞ୍ଚ ବର୍ଷରେ ଖଲ୍ଲିକୋଟ ବ୍ଲକରେ ରୋଜଗାର ପାଇଁ ଦାଦନ ଖଟି ୫୦ ରୁ ଉର୍ଦ୍ଧ୍ବ ଶବ ହୋଇ ଭିଟାମାଟିକୁ ଫେରିଥିବା ବେଳେ ଏଥି ପ୍ରତି ସରକାର କିମ୍ବା ରାଜନେତା ମାନେ କୌଣସି ପଦକ୍ଷେପ ନେଉନାହାନ୍ତି । ତେବେ କେବେ ଏହି ଦୁଖଃ ଦୂର ହେବ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ବୌଦ୍ଧ: କଣ୍ଟାମାଲ ର ବୁଥ୍ 88 ଗୋହିପିଟା ରେ ଅବ୍ୟବସ୍ଥା। ମୁଣ୍ଡରେ ଛାଇ ପାଇଁ ଡ଼ାଳ ଧରି ଛିଡା ହେଲେ ଭୋଟର। ଆଜି କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ କଣ୍ଟାମାଲ 85 ର 88ନମ୍ବର ବୁଥରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି।
ଜିଲ୍ଲାରେ 40 ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ସେଠାରେ ଚାନ୍ଦୁଆ ଏବଂ ପିଇବା ପାଣି ର ବ୍ୟବସ୍ଥା ନଥିବା ଫଳରେ ଟାଣ ଖରାରୁ ରକ୍ଷା ପାଇବା ପାଇଁ ଭୋଟର ମୁଣ୍ଡରେ ଡ଼ାଳକୁ ରଖିଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ରାଜ୍ୟରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ପୂର୍ବାହ୍ନ ୧୧ଟା ସୁଦ୍ଧା ୨୧.୦୭ ପ୍ରତିଶତ ମତଦାନ ହୋଇଛି । ସେହିପରି ଝାରସୁଗୁଡ଼ାରେ ସର୍ବାଧିକ ୨୫.୩୨% ଭୋଟିଂ ହୋଇଛି । ବଲାଙ୍ଗିରରେ ସର୍ବନିମ୍ନ ୧୭.୧୬% ମତଦାନ ହୋଇଛି ।
ସକାଳ ୯ଟା ସୁଦ୍ଧା ୬.୯୯% ମତଦାନOdisha. 21.07% votes have been cast till 11:00 am
5 ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସ୍କା ଏବଂ 35 ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ । 9162ଟି ମତଦାନ କେନ୍ଦ୍ରରେ ଭୋଟ ଦେଉଛନ୍ତି 79 ଲକ୍ଷ 69 ହଜାର ଭୋଟର । ନିର୍ବାଚନକୁ ଅବାଧ ନିରପେକ୍ଷ ଓ ସ୍ବଚ୍ଛ ଭାବେ ପରିଚାଳନା କରିବା ପାଇଁ ଜିଲ୍ଲାପାଳଙ୍କ ନେତୃତ୍ବରେ ସମସ୍ତ ବ୍ୟବସ୍ଥା କରାଯାଇଛି ।
ଫ୍ଲାଇଙ୍ଗ ସ୍କ୍ବାଡ ସହ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ପ୍ରାୟ 102 କମ୍ପାନୀ ସୁରକ୍ଷା ବାହିନୀ ନିୟୋଜିତ ହୋଇଥିବା ବେଳେ 60ଟି ବୁଥରେ ହେଉଛି ଲାଇଭ ଷ୍ଟ୍ରିମିଂ।