ଫଳରେ ଲୋକେ ଭୟଭୀତ ହୋଇ ଥାନାରେ ଜଣାଇଥିଲେ । ଏନେଇ ଥାନା ଅଧିକାରୀ ଙ୍କ ସହ ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ଥିଲା। ଥାନା ଅଧିକାରୀ ସୁରେଶ ଚନ୍ଦ୍ର ପ୍ରଧାନ ସିଡ଼ିରେ ଛାତକୁ ଯାଉଥିବା ବେଳେ ତାଙ୍କ ଉପରେ ତୀର ମାଡ କରିଥିଲା । ଯାହା ଫଳରେ ତୀର ଆସି ତାଙ୍କ ହାତରେ ବାଜିଥିଲା। ଫଳରେ ସେ ଆହତ ହୋଇ ଥିଲେ ତାଙ୍କୁ ତୁରନ୍ତ ବଣେଇ ଚିକିତ୍ସାଳୟକୁ ଅଣାଯାଇ ପ୍ରାଠମିକ ଚିକିତ୍ସା କରାଯାଇ ଥିଲା। ଘଟଣା ସ୍ଥଳକୁ ବଣେଇ ଏସଡିପିଓ, ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିଥିଲେ କିନ୍ତୁ ବିଫଳ ହୋଇ ଥିଲେ କାରଣ ତିନି ତାଲା ଛାତ ଘର ହୋଇ ଥିବାରୁ ତାକୁ କାବୁ କରିବାରେ ବିଫଳ ହୋଇଥିବା ଜଣାପଡିଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର