ଅଧିକ ପଢନ୍ତୁ ଓଡ଼ିଶା ଖବର
ଶରୀରରେ ରକ୍ତର ଅଭାବ ଯୋଗୁ ରକ୍ତ ନେଉଥିଲେ । ଆଜି ବ୍ଲଡ଼ ନେଉଥିବା ସମୟରେ ହଠାତ ଛାତରୁ କଂକ୍ରିଟ ଖସି ରାଜେଶଙ୍କ ମୁଣ୍ଡରେ ପଡ଼ିଥିଲା । ବର୍ତ୍ତମାନ ରାଜେଶ ଗୁରୁତର ଥିବା ସୂଚନା ରହିଛି । ଏହା ସହ ଖୁବ ଶୀଘ୍ର ହସ୍ପିଟାଲର ମରାମତି କରିବା ପାଇଁ ଦାବି ହୋଇଛି ।
ଅର୍ଗସ ବ୍ୟୁରୋ : ମେଡ଼ିକାଲ ଛାତରୁ ସିଲିଂ ଏବଂ କଂକ୍ରିଟ ଖସି ରୋଗି ଗୁରୁତର । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଅଭାବନୀୟ ଘଟଣା । ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟର ପୁରୁଷ ବିଭାଗରେ ଗତକାଲି ଠାରୁ ହାଟଡିହି ବ୍ଲକ ଢେଙ୍କା ପଞ୍ଚାୟତ ବାରିଗାଁର ନାରାୟଣ ନାହାକ ଙ୍କ ପୁଅ ରାଜେଶ ନାହାକ ଚିକିତ୍ସିତ ହେଉଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଶରୀରରେ ରକ୍ତର ଅଭାବ ଯୋଗୁ ରକ୍ତ ନେଉଥିଲେ । ଆଜି ବ୍ଲଡ଼ ନେଉଥିବା ସମୟରେ ହଠାତ ଛାତରୁ କଂକ୍ରିଟ ଖସି ରାଜେଶଙ୍କ ମୁଣ୍ଡରେ ପଡ଼ିଥିଲା । ବର୍ତ୍ତମାନ ରାଜେଶ ଗୁରୁତର ଥିବା ସୂଚନା ରହିଛି । ଏହା ସହ ଖୁବ ଶୀଘ୍ର ହସ୍ପିଟାଲର ମରାମତି କରିବା ପାଇଁ ଦାବି ହୋଇଛି ।
ଅର୍ଗସ ବ୍ୟୁରୋ : ଡ଼ହ ଡ଼ହ ଖରା ପାଦ ଠୁ ମୁଣ୍ଡ ତାତିରେ ଶିଝି ଯାଉଛି । ହେଲେ ଖରା ଠୁ ଅଧିକ ଯନ୍ତ୍ରଣା ଦେଉଛି ଜଗା ଦର୍ଶନ । ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଶ୍ରୀମନ୍ଦିର ସମ୍ମୁଖର । ଗୋଟିଏ ଦ୍ଵାର ପ୍ରବେଶ ଯୋଗୁଁ ସନ୍ତୁଳୀ ହେଉଛନ୍ତି ଭକ୍ତ । ପ୍ରଚଣ୍ଡ ଖରାରେ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟାରିକେଟ ଲଗାଇବା ସହ କାର୍ପେଟ ବିଛାଇ କାମ ସାରି ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ହେଲେ ଏଭଳି ଆଖି ଦୃଶିଆ ପଦକ୍ଷେପ ବି ଜଗା ଦର୍ଶନ ଯନ୍ତ୍ରଣା କମାଇ ପାରିନି ।
ଭକ୍ତଙ୍କ ଭାବାବେଶ ଠାରୁ ସରକାରଙ୍କ ଜିଦ ବଳି ଯାଇଥିବା ବେଳେ ଚାରିଦ୍ବାର ଖୋଲିବାକୁ ନିବେଦନ କରିଛନ୍ତି ଶ୍ରଦ୍ଧାଳୁ । ସେପଟେ ପୁରୀରେ ନିର୍ବାଚନ ପ୍ରଚାର ବେଳେ ୪ ଦ୍ବାର ଖାଲା ପ୍ରସଙ୍ଗକୁ ମୁଦ୍ଦା କରିଛି ବିଜେପି । ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଧାୟକ ପ୍ରାର୍ଥୀ ଜୟନ୍ତ ଷଢ଼ଙ୍ଗୀ ଜଗନ୍ନାଥ ସଂସ୍କୃତି ରକ୍ଷା ପାଇଁ ସଂସଦରେ କଥା ଉଠିବ ବୋଲି କହିଛନ୍ତି ସମ୍ବିତ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସେପଟେ ଭକ୍ତ ହନ୍ତ ସନ୍ତ ହେବା ପରେ ମଧ୍ୟ ୪ ଦ୍ବାର ଖୋଲା ନ ହେବା କିଛି ଜଗନ୍ନାଥ ବିରୋଧୀ ଲୋକଙ୍କ ଷଡଯନ୍ତ୍ର କହି ପ୍ରେସମିଟ କରି ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଖରାରେ ଶ୍ରଦ୍ଧାଳୁଙ୍କ ଲାମ୍ବା ଲାଇନ ସରକାରଙ୍କ ଦ୍ବାରା ପ୍ରାୟୋଜିତ ଅବ୍ୟବସ୍ଥା କହିବା ସହ ଅନ୍ୟ 3 ଦ୍ବାର ବନ୍ଦ କରିବାର ଅଧିକାର କିଏ ଦେଲା ବୋଲି ପ୍ରଶ୍ନ କରିଛି ବିଜେପି । ଜଗନ୍ନାଥ ଦର୍ଶନ ପାଇଁ ଭକ୍ତ ଯେତେ ଡହଳ ବିକଳ ହେଲେ ମଧ୍ୟ ନିଜ ଅଂହକାରରେ ଅଟଳ ରାଜ୍ୟ ସରକାର । କେବେ ଶୃଙ୍ଖଳିତ ଦର୍ଶନ ପାଇଁ ୪ ଦ୍ବାର ଫିଟାଉଛନ୍ତି ତାହା ଦେଖିବାକୁ ଅପେକ୍ଷା ।
ଅର୍ଗସ ବ୍ୟୁରୋ : ବେଙ୍ଗଲ ମୁହାଁ ଓଡ଼ିଶା ରାଜନୀତି । ଭଦ୍ରକରେ ସୀମା ଟପିଲା ବିଜେଡିର ବର୍ବରତା । ଯାହା ଇତିହାସରେ ବର୍ଣ୍ଣିତ ମଧ୍ୟଯୁଗୀୟ ବର୍ବରତାର ସ୍ମରଣ କରାଇଛି । ଭଦ୍ରକ ଜିଲ୍ଲା ପିରହାଟ ଥାନା ସାଲପୁରରେ ଗାଁରେ ଦେଖିବାକୁ ମିଳିଛି ଏପରି ତାଲିବାନୀ ମାନସିକତା । ପିଲରରେ ବନ୍ଧା ହୋଇଥିବା ବାଇଧର ମାଝିଙ୍କର ଭୁଲ ଏଇଆ ଯେ ସେ ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ । ସେଥିପାଇଁ ଗାଁରେ ଥିବା ବିଜେଡିର ସମର୍ଥକ ସଂଘବଦ୍ଧ ଭାବେ ବାଇଧରଙ୍କୁ ମାଡ଼ମାରି ଏଠାରେ ବାନ୍ଧି ଦେଇଥିଲେ । ଏକଥା ଜଣିବା ପରେ ବାଇଧରଙ୍କ ସ୍ତ୍ରୀ ଝରଣା ମାଝି ଉଦ୍ଧାର କରିବାକୁ ଆସିଥିଲେ ।
ତେବେ ବିଜେଡି ସମର୍ଥକ ତାଙ୍କୁ ବି ଛାଡ଼ିନଥିଲେ । ମାଡ଼ ମାରିବା ସହ ଝରଣାଙ୍କ ଶୀଢୀ ଚିରିଦେଇଥିବା ଅଭିଯୋଗ କରିଛନ୍ତି ନିଜ ଝରଣା । ପୋଲିସକୁ ଖବର ପାଇଁ ଆସି ଉଭୟଙ୍କୁ ଉଦ୍ଧାର କରିଥିଲା । ଏ ନେଇ ଶୁକ୍ରବାର ଝରଣା ମାଝି ପୀରହାଟ ଥାନାରେ ଏତଲା ଦେଇଛନ୍ତି । ଯେଉଁଥିରେ ୫ ମହିଳାଙ୍କ ସମେତ ୧୮ ଜଣଙ୍କ ବିରୋଧରେ ଅଭିଯୋଗ କରାଯାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏବେ ପ୍ରଶ୍ନ ଉଠୁଛି ଯେଉଁ ଦଳ ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ବକୁ ସାମିଲ ପାଇଁ ଓକିଲାତି କରୁଛି ଏହାକି ସେହି ଦଳର ଆଚରଣ । ଏହିପରି ନିଜ କର୍ମୀଙ୍କୁ ଭଦ୍ର ଓ ନମ୍ରତାର ପାଠ ପଢାଇଥିଲେ ବିଜେଡି ସୁପ୍ରିମୋ ? ଭଦ୍ରକ ପୀରହାଟର ଏହି ଘଟଣା ବିଜେଡି ତଥା ନବୀନଙ୍କ ଦୋମୁହାଁ ଚରିତ୍ର ସାମ୍ନାକୁ ଆଣିଛି । ଥାନାରେ ଅଭିଯୋଗର ୨୪ ଘଣ୍ଟାରୁ ଅଧିକ ସମୟ ବିତିଥିଲେ ବି ଏଯାଏ କାହିଁକି ହେଲାନି କାର୍ଯ୍ୟାନୁଷ୍ଠାନ ? ନା ବିଜେଡି ସମର୍ଥକ ବୋଲି ସାହସ ଜୁଟାଇ ପାରୁନି ପୋଲିସ ?
ଆସିଲା ବିଜେଡିର ଅଷ୍ଟମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା । ୬ଜଣରୁ ୩ ଜଣଙ୍କ ନାଁ ଘୋଷଣା କଲେ ବିଜେଡି ସୁପ୍ରିମୋ ।
ଖୋର୍ଦ୍ଧା - ରାଜେନ୍ଦ୍ର ସାହୁ
ବେଗୁନିଆ- ପ୍ରଦୀପ କୁମାର ସାହୁ
ଭୋଗରାଇ- ଗୌତମବୁଦ୍ଧ ଦାସ
ଅଧିକ ପଢନ୍ତୁ : ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି