ଏ ଦୃଶ୍ୟ ଦେଖିବା ପରେ ଆପଣ ବି କହିପାରିବେ ଏଠି ମଣିଷ କେବଳ ମଣିଷ ପାଇଁ କାନ୍ଦେନି, ମଣିଷର ପଶୁପକ୍ଷୀ ସହ ମଧ୍ୟ ଏମିତି ସମ୍ପର୍କ ଗଢିଉଠେ, ଯାହାକୁ ହରାଇ ସେ ଖୁବ ଭାଙ୍ଗିପଡେ । ଖୁବ କାନ୍ଦେ । ଦୀର୍ଘ ୨୮ ବର୍ଷର ସମ୍ପର୍କ ଯେବେ ଭାଙ୍ଗିଯିବ ସେତେବେଳେ ମଣିଷ କାନ୍ଦିବନି ତ କରିବ କଣ ? କେମିତି ଦୁଃଖୀ ନହେବ କୁହନ୍ତୁ ତ... ଏ ଯେ କେବଳ ଶୁଆ ନଥିଲା, ଏ ଥିଲା ଏ ପରିବାରର ଏକ ସଦସ୍ୟ । ଯିଏ ପରିବାର ଲୋକଙ୍କ ସହ ବସୁଥିଲା, ତାଙ୍କ ସହ ସାଙ୍ଗ ହୋଇ ଚା ପିଉଥିଲା, ଖାଉଥିଲା , ସବୁକିଛି କରୁଥିଲା । ଯେମିତି ପରିବାର ଲୋକଙ୍କ ସହ ଏକଦମ ମିଶି ଯାଇଥିଲା । ହେଲେ ତାର ମୃତ୍ୟୁ ପରେ ପୁରା ଭାଙ୍ଗି ପଡିଛନ୍ତି ପରିବାର । ଠିକ ମଣିଷର ମୃତ୍ୟୁପରେ ଯେମିତି ଶୁଦ୍ଧିକ୍ରିୟା କରାଯାଏ , ସେମିତି ହିଁ ସମ୍ପୁର୍ଣ୍ଣ ରୀତିନୀତି ଅନୁଯାୟୀ ଏହି ଶୁଆର ଶୁଦ୍ଧିକ୍ରିୟା କଲେ ପରିବାର ଲୋକେ ।
ଏପରି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ସହରର ଜଗନ୍ନାଥ ମନ୍ଦିରର ପୁଜକ ବିଶ୍ଵଜିତ ପୁଝାରୀଙ୍କ ଘରେ । ୧୯୯୬ ମସିହାରୁ ତାଙ୍କ ଘରକୁ ଏକ ଶୁଆ ଉଡି ଆସିଥିଲା । ସେବେଠୁ ସେ ଏହି ପରିବାରରେ ରହି ଯାଇଥିଲା । ବିଶ୍ବଜିତଙ୍କ ପରିବାର ଲୋକେ ତାକୁ ଖୁବ ଶ୍ରଦ୍ଧା କରୁଥିଲେ । ତାର ନାଁ ଦେଇଥିଲେ କୁନୁ । କୁନୁ ପରିବାରର ସମସ୍ତଙ୍କୁ ଭଲ ପାଉଥିଲା । ସେମାନଙ୍କ ସହ ମିଶି ଚା ପିଉଥିଲା, ଖାଉଥିଲା, ସବୁକିଛି କରୁଥିଲା । ହେଲେ ହଠାତ ୨୮ ବର୍ଷ ପରେ ତାର ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରିଲେନି ପରିବାର ଲୋକେ । ଯେହେତୁ ତାକୁ ପରିବାରର ସଦସ୍ୟ ବୋଲି ଭାବୁଥିଲେ, ସମ୍ପୁର୍ଣ୍ଣ ହିନ୍ଦୁ ରୀତିନୀତି ଅନୁସାରେ ତାର ଶୁଦ୍ଧିକ୍ରିୟା କରିଛନ୍ତି ପରିବାର ଲୋକେ ।
ମଣିଷ ଏବଂ ପଶୁପକ୍ଷୀ ଭିତରେ କିପରି ନିବିଡ ସଂପର୍କ ତିଆରି ହୁଏ ତାର ଜ୍ବଳନ୍ତ ଉଦାହରଣ ସାଜିଛନ୍ତି ଏହି ବିଶ୍ବଜିତଙ୍କ ପରିବାର । ଶୁଅ। ଯେ କେବଳ ପକ୍ଷୀ ନୁହେଁ ବରଂ ସେ ହେଉଛନ୍ତି ବ୍ୟାସଦେବଙ୍କ ପୁଅ। ଏଣୁ ଏହି ଶୁଅ।ର ମୃତ୍ୟୂ ପରେ ଯେଭଳି ଭାବରେ ହିନ୍ଦୁରିତୀ ନିତୀ ଅନୁସାରେ ଶୁଅ।ର ଅନ୍ତିମ ସଂସ୍କାର କରାଯିବା ସହ ଅସ୍ଥି ବିସର୍ଜନ ଓ ଏକାଦଶାହ ପାଳନ କରାଯାଉଛି ନିଶ୍ଚିତ ଭାବେ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିବ କହିଛନ୍ତି ପଡୋଶୀ । କୁନୁର ଜୀବନ ଚାଲିଯାଇଛି ସତ ମାତ୍ର ବିଶ୍ଵଜିତଙ୍କ ପରିବାର ଯେଭଳି ଭାବରେ ଏହି କୁନୁକୁ ଶେଷ ବିଦାୟ ଦେଇଛନ୍ତି ତାହା ସବୁଦିନ ପାଇଁ ଏହି ପରିବାର ପାଇଁ ଏକ ସ୍ମୃତି ପାଲଟିବ ।