ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ସୁନ୍ଦରଗଡ ବନଖଣ୍ଡ ଗର୍ଜନ ପାହାଡ ଧନୁ ବାଉଁଶ ସଂରକ୍ଷିତ ଜଙ୍ଗଲରେ ପୁଣି କଳାବାଘ ଦେଖା ଦେଇଛି। ଏନେଇ ଡିଏଫଓଙ୍କ ସୁଚନା ଦେଇଛନ୍ତି। ଡିଏଫଓ ପ୍ରଦୀପ ମିରାସେ, ଗତ 2023 ମସିହାରେ ଏହି ଗର୍ଜନ ପାହାଡରେ ଦେଖାଦେଇଥିଲା ବ୍ଲାକ ପାନ୍ଥର ବୋଲି କହିଥିଲେ। ଗତ 2018 ମସିହାରେ ମଧ୍ୟ ଏହି ଗର୍ଜନ ପାହାଡ ଅଂଚଳରେ ଦେଖାଦେଇଥିଲା ଏକ କଳାବାଘ। ବନବିଭାଗର କ୍ୟାମେରାରେ କଳା ବାଘର ଫଟୋ ଦେଖିବାକୁ ମିଳିଥିଲା। ଆଉ ଏବେ ପୁଣି ଥରେ ସେହି କଳାବାଘ ଦେଖିବାକୁ ମିଳିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : ୫୯ ବର୍ଷରେ ବି ବେଶ ଫିଟ୍ ଏବଂ ସ୍ମାର୍ଟ ଲାଗନ୍ତି ବଲିଉଡ ଅଭିନେତା ଅମୀର ଖାନ । ନିଜ ଫିଟ ଚେହେରା ପାଇଁ ସେ ଅନେକଙ୍କ ଠାରୁ ପ୍ରଶଂସା ପାଇଛନ୍ତି । ଯେଉଁ ବୟସରେ ସାଧାରଣତଃ ମଣିଷ ଥକ୍କାପଣ ଅବସ୍ଥାକୁ ଚାଲିଆସେ, ସେହି ବୟସରେ ସେ ଅନ୍ୟ କୌଣସି ୟଙ୍ଗ ହିରୋଙ୍କ ଠାରୁ ମଧ୍ୟ କମ ଲାଗନ୍ତିନି ଅମୀର । ତେବେ ଗତ କିଛିଦିନ ତଳେ କପିଲ ଶର୍ମାଙ୍କ ଶୋ ରେ ନିଜ ଫିଟନେସର ରାଜ ଖୋଲିଥିଲେ ଅମୀର ଖାନ ।
ଅଧିକ ପଢନ୍ତୁ : ଜେଲରେ ଷ୍ଟାଫଙ୍କ ଅବହେଳା ଯୋଗୁଁ ଚାଲିଗଲା ଅଭିଯୁକ୍ତ ଅନୁଜ ଥାପନଙ୍କ ଜୀବନ
ସେ କହିଥିଲେ ନିଜକୁ ଫିଟ ରଖିବା ପାଇଁ ସେ କିଛି କରନ୍ତିନି । ଜିମ କି ବ୍ୟାୟାମ କରନ୍ତିନି ଅମିର । କୌଣସି ବିଶେଷ କ୍ରିମ ମଧ୍ୟ ବ୍ୟବହାର କରନ୍ତିନି। ତାଙ୍କ ଜିନ ଯୋଗୁଁ ହିଁ ସେ ସବୁବେଳେ ଫିଟ ଏବଂ ସ୍ମାର୍ଟ ରହିଥାନ୍ତି । ତାଙ୍କ ବାପା ବି ସେପରି ଥିଲେ । ତେଣୁ ତାଙ୍କୁ ସୁସ୍ଥ ରହିବା ପାଇଁ ବିଶେଷ କିଛି କରିବାକୁ ପଡେନି ।
ଅର୍ଗସ ବ୍ୟୁରୋ : ରାଜଧାନୀରେ ସିରିଜ ଦୁର୍ଘଟଣା । ମଦ୍ୟପ ଡ୍ରାଇଭରଙ୍କ ଉନ୍ମତ୍ତ କାଣ୍ଡ। ଦୁଇଟି ଅଟୋ, ଗୋଟିଏ କାର ଓ ଗୋଟିଏ ସ୍କୁଟିକୁ ଧକ୍କା ଦେଲା ମଦ୍ୟପ ଡ୍ରାଇଭର । ଆପୋଲୋ ହସ୍ପିଟାଲ ସମ୍ମୁଖରେ ଘଟିଛି ଏହି ଦୁର୍ଘଟଣା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଦୁର୍ଘଟଣା ପରେ ଗାଡିକୁ ଅଟକାଇ ଭଙ୍ଗାରୁଜା କଲେ ସ୍ଥାନୀୟ ଲୋକେ । ଡ୍ରାଇଭର ପ୍ରଚୁର ମଦ ପିଇ ଗାଡି ଚଲାଉଥିବା ନେଇ ଅଭିଯୋଗ । ଏହା ସହ ଗାଡିଟି ଜଣେ ଡାକ୍ତରଙ୍କର ହୋଇଥିବା ନେଇ ମିଳିଛି ସୂଚନା । ଆହତ ୪ ଜଣଙ୍କୁ ହସ୍ପିଟାଲ ନିଆଯାଇଛି ।