ଘର
ଓଡ଼ିଶା
ଗାଁ କୁ ଆସି ପାରିଲାନି ଆମ୍ବୁଲାନ୍ସ , ଖଟିଆରେ ବୁହାହେଲେ ରୋଗୀ
ଗାଁ କୁ ଆସି ପାରିଲାନି ଆମ୍ବୁଲାନ୍ସ , ଖଟିଆରେ ବୁହାହେଲେ ରୋଗୀ
by Swayangprajna Mishra
ସୁନ୍ଦରଗଡ : ଗାଁ କୁ ଆସିଲାନି ଆମ୍ବୁଲାନ୍ସ । ଖଟିଆରେ ବୁହାହେଲେ ରୋଗୀ । ଏପରି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲ୍ଲି ବ୍ଲକ ସାନପତ୍ରାପାଲ୍ଲି ପଂଚାୟତ ପାତକିଜୋର ଗାଁ ରେ । ସେହି ଗାଁ ର ବିଛୁ ଦଣ୍ଡସନା ନାମକ ଜଣେ ବୃଦ୍ଧ ବ୍ୟକ୍ତି ଙ୍କର ଅ।ଜି ଦେହ ଖରାପ ଯୋଗୁ ଆମ୍ବୁଲାନ୍ସ କୁ ଡକା ହୋଇଥିଲା । ହେଲେ ଆମ୍ବୁଲାନ୍ସ ଗାଁ ର ଆମ୍ବକୁନି ପଡା ଭିତରକୁ ରାସ୍ତା ନ ଥିବାରୁ ପ୍ରବେଶ କରି ପାରି ନ ଥିଲା । ସେଥିପାଇଁ ଗାଁର ଯୁବକମାନେ ୨ କିମି ଖଟରେ ବୋହି ଆମ୍ବୁଲାନ୍ସ ପାଖକୁ ନେଇଥିଲେ ।
ଅଧିକ ପଢନ୍ତୁ : ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ପରେ ଗାଁକୁ ପହଁଚିନି ରାସ୍ତା
ଏଠାକୁ ରାସ୍ତା ପାଇଁ ଏଠାକାର ଅଧିବାସୀ ମାନେ ଅନେକ ବାର ବ୍ଲକ ପ୍ରଶାସନ ପାଖରେ ଦାବି କରିଥିଲେ ମଧ୍ୟ ସେମାନଙ୍କ ଦାବିକୁ କେହି ଶୁଣୁନାହାନ୍ତି । ଫଳରେ ଅ।ଜି ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି। ଗାଁ ର ଯୁବକ ମାନେ ବୃଦ୍ଧଙ୍କୁ ଖଟିଅ।ରେ ବୋହି ଅ।ଣି ଅ।ମ୍ଵୁଲାନ୍ସ ପାଖରେ ଛାଡିଥିଲେ । ପରେ ତାଙ୍କୁ ସୁନ୍ଦରଗଡ ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା ଖଟିଅ।ରେ ବୋହି ଅ।ଣୁଥିବା ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।