ଏହି ଘଟଣା ନେଇ ସିଧାସଳଖ ବିଜେଡ଼ି ନେତା ତଥା ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ ଏବଂ ତାଙ୍କ ଭାଇ ଲଲଙ୍କ ବିରୋଧରେ ଆଣିଥିଲେ ସାଂଘାତିକ ଅଭିଯୋଗ । ହିମାଂଶୁ କହିଛନ୍ତି ସେ ଡିଡିଏମଙ୍କ ଅଫିସକୁ ମିଟିଂ ପାଇଁ ଯାଉଥିଲେ। କିଛି ଲୋକ ରାସ୍ତାରୋକ କରିଥିଲେ। ରାସ୍ତା ବନ୍ଦ ଥିବାରୁ ସେଠାରେ ତାଙ୍କ ଗାଡ଼ି ଅଟକି ଥିଲା । କିଛି ଲୋକ ତାଙ୍କ ଆଡ଼କୁ ମାଡି ଆସିଥିଲେ। ବିଧାୟକଙ୍କ ଗାଡିକୁ ରଡ଼ ଓ ଠେଙ୍ଗାରେ ପିଟି ଥିଲେ। ବିଧାୟକଙ୍କୁ ପିଟି ସେ ପିନ୍ଧିଥିବା ଚେନ୍ ଛିଡ଼ାଇ ନେଇଥିଲେ। ଦୁର୍ବୃତ୍ତମାନେ ବବି ଭାଇ ଜିନ୍ଦାବାଦ କହି ଆକ୍ରମଣ କରିଥିବା କହିଛନ୍ତି ଧର୍ମଶାଳା ବିଧାୟକ। ସେପଟେ ବବି ଦାସଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି ହିମାଂଶୁଙ୍କ ସମର୍ଥକ।
ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହେବାପରେ ପୋଲିସ ବାହିନୀ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ । ଯାଜପୁର SP ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେ କହିଛନ୍ତି ଆକ୍ରମଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ସେପଟେ ଯାଜପୁର ଟାଉନ୍ ଥାନା ଆଗରେ ଉତ୍ତେଜନା ପ୍ରକାଶ ପାଇଥିଲା । ବବି ଦାସଙ୍କ ସମର୍ଥକମାନେ ସେଠାରେ ପହଞ୍ଚି ହୋହଲ୍ଲା କରିଛନ୍ତି ।