ମିଶ୍ରଣ ପର୍ବ ଆରମ୍ଭ ପୂର୍ବରୁ ହଙ୍ଗାମା କରିଛନ୍ତି ବିଜେଡି ନେତା ଓ କର୍ମୀ । ପାକେଲପଡ଼ା ମଣ୍ଡଳରେ ଆୟୋଜିତ ମିଶ୍ରଣ ପର୍ବରେ ୪ ଟି ପଞ୍ଚାୟତର ପ୍ରାୟ ୭୦୦ରୁ ଅଧିକ ଲୋକ ବିଜେପିରେ ସାମିଲ ହୋଇଥାନ୍ତେ । ମିଶ୍ରଣ ପର୍ବ ଆରମ୍ଭ ପୂର୍ବରୁ ହଙ୍ଗାମା କରିଥିଲେ ବିଜେଡି ନେତା ଓ କର୍ମୀ । ବିଜେଡିର କର୍ମୀମାନେ ମଂଚକୁ ଯାଇ ଦୀପାଳିଙ୍କ ସମର୍ଥନରେ ସ୍ଲୋଗାନ ଦେବା ସହ ବିଜେପି ମୃଦାବାଦ ନାରା ପକାଇଥିଲେ । ହୋ ହଲ୍ଲା କରିଥିଲେ ଚେୟାର ବି ଫୋପାଡି ଥିଲେ । ମିଶ୍ରଣ ପର୍ବରୁ ଭଣ୍ଡୁର କରିବା ପାଇଁ ଭରପୁର ଉଦ୍ୟମ କରିଥିଲେ ବିଜେଡିର ଗୁଣ୍ଡା ବାହିନୀ । ତେବେ ଗଣ୍ଡଗୋଳ ପରେ ବି ଆୟୋଜିତ ହୋଇଥିଲା ମିଶ୍ରଣ ପର୍ବ ।
ଗତ ସପ୍ତାହରେ ସାମନାକୁ ଆସିଥିଲା ବିଜେଡି ଅସହିଷ୍ଣୁତାର ଆଉ ଏକ ଚିତ୍ର । ସମୀର ଦାସଙ୍କୁ କଳାପତକା ଦେଖାଇବାରୁ ଉତକ୍ଷିପ୍ତ ସମୀରଙ୍କ ସମର୍ଥକ ବିଜେପି କର୍ମୀଙ୍କୁ ଗୋଡେଇ ଗୋଡେଇ ପିଟିଥିଲେ । ଥାନାରେ ଅଭିଯୋଗ ହେଲା । ପୋଲିସ ସଙ୍ଗୀନ ଦଫା ଲଗାଇଲା । ହତ୍ୟା ଉଦ୍ୟମ ସହ ଆର୍ମସ ଆକ୍ଟ ଓ ଏସସିଏସଟି ଅଟ୍ରୋସିଟି ଆକ୍ଟ ବି ଲାଗିଲା । ହେଲେ ସମୀରଙ୍କ ସମର୍ଥକ ବୋଲି ପୋଲିସ କାହକୁ ଗିରଫ କଲାନି । ଅନେକ ପ୍ରତିବାଦରେ ମାତ୍ର ଜଣକୁ ପୋଲିସ ଗିରଫ କରି ଚୁପ୍ ବସିଲା ।
ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସ୍ଥାନିତ ପାଇଁ ବାରମ୍ବାର ଦାବି କରୁଛି ବିଜେଡି । ହେଲେ ସେଇ ବିଜେଡି କର୍ମୀ ରାଜରାସ୍ତାରେ ହିଂସା କରିବାର ମାଳ ମାଳ ଉଦାହରଣ ଆସୁଛି ସାମନାକୁ ।