ଫିଙ୍ଗା ଫିଙ୍ଗି ଚାଲିଛି ତ ଆଉ କୋଉଠି ଠେଲା ପେଲା ଚାଲିଛି l କିଛି ସମୟ ଧରି ଉପୁଯିଥିଲା ଉତ୍ତେଜନା ପୁର୍ଣ୍ଣ ପରିସ୍ଥିତି l ସ୍ଵାଧୀନତାର ୭୫ ବର୍ଷ ପରେ ବି ଲୋକେ ହୀନସ୍ତା ଭୋଗୁଛନ୍ତି । ଗାଁକୁ ରାସ୍ତାଟିଏ ନାହିଁ । ସ୍ୱାସ୍ଥ୍ୟ ସେବା, ଶିକ୍ଷା, ପାନୀୟ ଜଳ କଥା ନକହିଲେ ଭଲ । ରାସ୍ତା ପାଇଁ ଲୋକେ ରାସ୍ତା ଉପରେ ଧାନଗଛ ପୋତି ପ୍ରତିବାଦ କରିଥିଲେ ମଧ୍ୟ କୌଣସି ସୁଫଳ ପାଇନଥିଲେ । ଆଜି ବିଧାୟକଙ୍କୁ ନିଜର ସମସ୍ୟା ଜଣାଇ ଥିଲେ ଗୁଣସାର୍ଥୀ ପଞ୍ଚାୟତବାସୀ କିନ୍ତୁ ଶାସକ ଦଳର କର୍ମୀ ଏହାକୁ ବିରୋଧକୁ କରିବାରୁ ଗ୍ରାମବାସୀ ଓ ଗୋଷ୍ଠୀର ମହିଳା ମାନଙ୍କ ସହିତ ଦୀର୍ଘ ସମୟ ଧରି ଉତ୍ତେଜନା ପୁର୍ଣ ପରିସ୍ଥିତି ସୃଷ୍ଟି ହଇଥିଲା l ଗଣ୍ଡ ଗୋଳର ମାତ୍ର ଏତେ ବଡ଼ିଥିଲା ଯେ ଶେଷରେ ସଭାକାର୍ଯ୍ୟ ବନ୍ଦ ହୋଇ ଯାଇଥିଲା l ଉପାୟ ନ ପାଇ ବାଧ୍ୟ ହୋଇ ବିଧାୟକ ସଭା ସ୍ଥଳରୁ ଫେରି ଯାଇଥିଲେ l
ବିଧାୟକ ଅନନ୍ତ ଦାସ ସଭା ମଞ୍ଚରେ ପହଞ୍ଚିବା ମାତ୍ରେ ଆରମ୍ଭ ହୋଇଥିଲା ପ୍ରତିବାଦ । ୨୦୦୪ରୁ ଲଗାତାର ୨୦ ବର୍ଷ ଧରି ଶ୍ରୀ ଦାସ ବିଧାୟକ ଥାଇ ବି ପଞ୍ଚାୟତବାସୀ ଅବହେଳିତ । ଫଳରେ ବିକାଶ କଥାକୁ ନେଇ ଲୋକେ ବିଧାୟକଙ୍କୁ ବିରୋଧ କରିବା ସହିତ ଜୟ ଶ୍ରୀରାମ ନାରା ମଧ୍ୟ ଦେଇଥିଲେ । ତେବେ ସରକାର ଗ୍ରାମାଞ୍ଚଳର ବିକାଶକୁ ଅଗ୍ରଗତି ଦେବା ପରିବର୍ତ୍ତେ ନିର୍ବାଚନକୁ ଦୃଷ୍ଟିରେ ରଖି ଆମ ଓଡ଼ିଶା ନବୀନ ଓଡ଼ିଶା ନାଁରେ ଲୋକଙ୍କୁ ଲଲି ପୋପ ଦେଖାଇ ଭୁଆଁ ବୁଲାଉଛନ୍ତି ବୋଲି କହିଛନ୍ତି ସାଧାରଣ ଲୋକେ ।