ମୋଟ 15ଟି ପର୍ଯ୍ୟାୟରେ ହେବ ବିଜେପିର ତିନି ଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର । ଶିବିରରେ ଦଳର ବିଚାରଧାରା ଉପରେ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦିଆଯିବ । ଏହାସହ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ସ୍ଥିତି ନେଇ ଆଗଧାଡିର ସେନାପତି ମାନଙ୍କୁ ବୁଝାଯିବ । କେନ୍ଦ୍ର ସରକାରଙ୍କ ସଫଳତା, ରାଜ୍ୟର ରାଜନୈତିକ ପ୍ରସଙ୍ଗ, ରାଜ୍ୟ ସରକାରଙ୍କ ବିଫଳତା ଉପରେ ମାନସ ମନ୍ଥନ ହେବ । କେଉଁ ସବୁ ମୁଦ୍ଦାକୁ ନେଇ ସରକାରଙ୍କୁ ଘେରି ହେବ ସେ ନେଇ ମଧ୍ୟ ଆଲୋଚନା ହେବ ।
ଏହି ପ୍ରଶିକ୍ଷଣ ଶିବିର ପରେ ପ୍ରତି ଜିଲ୍ଲାରେ ହେବ ପ୍ରଶିକ୍ଷଣ । ମଣ୍ଡଳ ସ୍ତରର କର୍ମକର୍ତ୍ତାଙ୍କୁ ପ୍ରଶିକ୍ଷିତ କରାଯିବ । 2024 ନିର୍ବାଚନ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ । 15 ତାରିଖ ଯାଏ ଚାଲିବ ପ୍ରଶିକ୍ଷଣ ଶିବିର । ଏହି ଶିବିରରେ ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବି. ଏଲ. ସନ୍ତୋଷ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, କେନ୍ଦ୍ର ମନ୍ତ୍ରୀଙ୍କ ସମେତ କେନ୍ଦ୍ରୀୟ ନେତୃତ୍ବ ଯୋଗ ଦେଇ କର୍ମୀଙ୍କୁ ବଳ ଦେବେ ।