ସେବାୟତମାନେ ଶ୍ରୀମନ୍ଦିର ସିଂହଦ୍ଵାରରେ ତାଙ୍କୁ ଖଣ୍ଡୁଆ ଦେଇ ସ୍ବାଗତ କରିବା ସହ ମହାପ୍ରଭୁଙ୍କ ଦର୍ଶନ କରାଇଥିଲେ। ପରେ ଶ୍ରୀମନ୍ଦିର ଭିତର ବେଢା଼ରେ ଥିବା ପାର୍ଶ୍ଵ ଦେବଦେବୀଙ୍କ ମନ୍ଦିର ମଧ୍ୟ ସୋନୁ ନିଗମ ବୁଲି ଦର୍ଶନ କରିଥିଲେ। କଟକ ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଓଡ଼ିଶା ଆସିଥିଲେ ସୋନୁ ନିଗମ।
ଏକାଧିକ କାଳିଆ ଭଜନ ଗାଇଛନ୍ତି ସୋନୁ ନିଗମ । ଏହା ପୂର୍ବରୁ ଦୁଇ ଥର ଜଗନ୍ନାଥଙ୍କ ଦର୍ଶନ ମଧ୍ୟ କରିଛନ୍ତି । ବହୁତ ଦିନ ପରେ କାଳିଆର ଦର୍ଶନ ପାଇ ଖୁସି ହେବା ସହ ଭାବବିହ୍ୱଳ ହୋଇପଡିଥିଲେ ସୋନୁ ।