ଆଜି ଅପରାହ୍ନ ପ୍ରାୟ ସାଢ଼େ ୪ଟା ସମୟରେ ଦୁଇ ସାଙ୍ଗ ଅଚ୍ୟୁତାନନ୍ଦ ପ୍ରଧାନ ଓ ରଞ୍ଜନ କଁହର ଟିକାବାଲିରୁ ଏକ ବାଇକ ( OD-25-N-8578)ରେ ଭଞ୍ଜ ନଗର ଅଭିମୁଖେ ଯାଉଥିବା ବେଳେ କଳିଙ୍ଗା ଗ୍ରାମ ଠାରୁ ପ୍ରାୟ ୬କିଲୋମିଟର ଦୂର ଘାଟି ବୁଲାଣିରେ ଭଞ୍ଜନଗର ଅଞ୍ଚଳରୁ ଫୁଲବାଣୀ ଅଭିମୁଖେ ଆସୁଥିବା ଏକ କାର (OR -01-S-5636 ) ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ।
ଯାହା ଫଳରେ ବାଇକରେ ବସିଥିବା ରଞ୍ଜନ କହଁରଙ୍କର ଘଟଣାସ୍ଥଳରେ ମୃତ୍ୟ ଘଟିଛି । ବାଇକ ଓ କାର ଚାଳକ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଜି. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ କାର ଚାଳକଙ୍କୁ ଭଞ୍ଜନଗର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । କଳିଙ୍ଗା ଘାଟିର ଦୁର୍ଘଟଣା ସ୍ଥଳରେ ଜି.ଉଦୟଗିରି ପୋଲିସ ଏସ.ଆଇ ରବୀନ୍ଦ୍ର ନାଥ ସେଠୀ, କେ.କାମରାଜୁ ରେଡ୍ଡୀ ଏବଂ ବୁଲୁ ବେହେରା ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...