ସେପଟେ ନକଲି ଔଷଧ କାରବାର ମାମଲାରେ ହାଇକୋର୍ଟରୁ ଆଗୁଆ ଜାମିନ ନେଇସାରିଛନ୍ତି ପୂଜା ଏଣ୍ଟ୍ରପ୍ରାଇଜେସର ମାଲିକାଣୀ ଚଞ୍ଚଲ ଜଲାନ ଓ ଭି.ଆର୍. ଡ୍ରଗ୍ସ ମାଲିକାଣୀ ବର୍ଷାରାଣୀ କ୍ୟାଲ । ଏସବୁ ଭିତରେ ବିଚାର ବିଭାଗୀୟ ହେପାଜତରେ ଥିବା ଦୁଇ ନକଲି ଔଷଧ ବ୍ୟବସାୟୀଙ୍କୁ ପଚରାଉଚୁରା ଚାଲିଥିବା ବେଳେ ଏବେ ପୋଲିସ ରାଜ୍ୟ ବାହାରକୁ ଯାଇ ଛାନଭିନ୍ କରିବାକୁ ପ୍ରସ୍ତୁତ ହେଉଛି । ପୂର୍ବରୁ ଶଙ୍କର ଅଗ୍ରୱାଲ, ଶିବ ପ୍ରସାଦ ଜେନା ନକଲି ଔଷଧ କାରବାର ଘଟଣାରେ ଗିରଫ ହୋଇ ଏବେ ଜାମିନରେ ଅଛନ୍ତି। ବର୍ତ୍ତମାନ ନକଲି ଔଷଧ ବ୍ୟବସାୟ କରି ସଞ୍ଜୟ ଜଲାନ୍ ଓ ରାହୁଲ କ୍ୟାଲ ଗିରଫ ହେବା ପରେ ବିଚାର ବିଭାଗୀୟ ହେପାଜତରେ ଅଛନ୍ତି ।
ହେଲେ ସେମାନଙ୍କ ବିରୋଧରେ ଲାଗିଥିବା ଦଫାକୁ ନେଇ ପ୍ରଶ୍ନ ଉଠେଇଛନ୍ତି ଆଇନ ବିଶାରଦ। ଜୀବନ ରକ୍ଷାକାରୀ ଔଷଧର ନକଲି ଔଷଧ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ବିରୋଧରେ ହତ୍ୟା, ହତ୍ୟା ପାଇଁ ଉଦ୍ୟାମ ଭଳି ଆଜୀବନ ଦଣ୍ଡାଦେଶ ପାଇଁ ବ୍ୟବହାର ହେଉଥିବା ଦଫା ଲଗେଇବା କଥା । ହେଲେ ପୋଲିସ କାହିଁକି ପଛଘୁଞ୍ଚା ଦେଉଛି ବୋଲି ପ୍ରଶ୍ନ ଉଠିଛି। ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ଓ ପୋଲିସର ଅସାଧୁ ନକଲି ଔଷଧ ବ୍ୟବସାୟୀଙ୍କ ଭିତରେ ମଧୁଚନ୍ଦ୍ରିକା ଥିବା ଯୋଗୁ ଏଭଳି ଘଟଣା ଘଟୁଛି ବୋଲି ଆଇନଜୀବୀ କହିଛନ୍ତି ।