ଗ୍ରାମବାସୀଙ୍କ ପକ୍ଷରୁ ଗୋପ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଚଳାଇଛି। ଗୋପ ଥାନା ଅଞ୍ଚଳରେ କ୍ରମାଗତ ଭାବେ ମନ୍ଦିରରୁ ଚୋରି ହେଉଥିବା ବେଳେ ପୋଲିସ କୌଣସି ଅଭିଯୁକ୍ତ ମାନଙ୍କୁ ଗିରଫ କରି ପାରିନାହିଁ I ଗୋପ ପୋଲିସର ପାରିବା ପଣିଆ ଉପରେ ପ୍ରଶବାଚୀ ସୃଷ୍ଟି କରିଛି I
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ନ୍ୟୁଜ: ଗତକାଲି ବିଳମ୍ୱିତ ରାତିରେ ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ପୋଇତରା ଗ୍ରାମରେ ଥିବା ପ୍ରସିଦ୍ଧ ବାବା ନୀଳକଣ୍ଠେଶ୍ଵର ଶିବ ମନ୍ଦିରରୁ କେତକ ଦୁର୍ବୃତ୍ତ ମନ୍ଦିରର ତାଲା ଭାଙ୍ଗି ସୁନା ରୁପା ଅଳଙ୍କାର ସହିତ ଦୁଇ ଗୋଟି ଦାନବାକ୍ସ ଚୋରି କରି ନେଇ ଯାଇଥିବା ଜଣାପଡ଼ିଛି।
ଗ୍ରାମବାସୀଙ୍କ ପକ୍ଷରୁ ଗୋପ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଚଳାଇଛି। ଗୋପ ଥାନା ଅଞ୍ଚଳରେ କ୍ରମାଗତ ଭାବେ ମନ୍ଦିରରୁ ଚୋରି ହେଉଥିବା ବେଳେ ପୋଲିସ କୌଣସି ଅଭିଯୁକ୍ତ ମାନଙ୍କୁ ଗିରଫ କରି ପାରିନାହିଁ I ଗୋପ ପୋଲିସର ପାରିବା ପଣିଆ ଉପରେ ପ୍ରଶବାଚୀ ସୃଷ୍ଟି କରିଛି I
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱର: ଭୁବନେଶ୍ବରରେ ମୂର୍ତ୍ତି ବିସର୍ଜନ ପାଇଁ ଦୟା ଏବଂ କୁଆଖାଇରେ ମୋଟ 5ଟି ଅସ୍ଥାୟୀ ପୋଖରୀ ତିଆରି କରାଯାଇଛି । ପ୍ରତି ଅସ୍ଥାୟୀ ପୋଖରୀରେ ୨୦ରୁ ୨୧ ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଛି ।
ଏହାସହ ସମସ୍ତ ପୂଜା ମଣ୍ଡପ ନିୟମ ସହ ପରିବେଶ କଥା ଚିନ୍ତା କରି ବିସର୍ଜନ କରନ୍ତୁ ବୋଲି ବିଏମସି ପକ୍ଷରୁ ନିବେଦନ କରାଯାଇଛି । ବିସର୍ଜନ ପୂର୍ବରୁ ମୂର୍ତ୍ତିରେ ବ୍ୟବହୃତ ଫୁଲ, ପତ୍ର, ବସ୍ତ୍ର ଇତ୍ୟାଦି ଆଭୂଷଣକୁ ବାହାର କରି ଅସ୍ଥାୟୀ ପୁଷ୍କରିଣୀରେ ପକାଇବାକୁ ପରାମର୍ଶ ଦିଆଯାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର