ଯାହାକୁ ନେଇ ସୁଜାତା ରାଣୀ କହିଥିଲେ , ଚିକିତ୍ସାଧୀନ ଲୋକମାନଙ୍କୁ ଆବଶ୍ୟକ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବା ପାଇଁ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯିବ । ସେମାନେ କିପରି ସଠିକ ସ୍ବାସ୍ଥ୍ୟସେବା ପାଇ ପାରିବେ ଏବଂ ଖୁବଶୀଘ୍ର ସୁସ୍ଥ ହେବେ ସେନେଇ ପୁରା ଚେଷ୍ଟା କରୁଛି ସ୍ବାସ୍ଥ୍ୟ ବିଭାଗ । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଭୁବନେଶ୍ବରର ଡାକ୍ତରୀ ଟିମ ହୀରାକୁଦରେ ପହଞ୍ଚିବା ନେଇ ସୂଚନା ରହିଛି ।ତେବେ କେନ୍ଦ୍ରମନ୍ତ୍ରୀ ଏକ୍ସ ହ୍ୟାଣ୍ଡଲରେ ଆକ୍ରାନ୍ତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଅମରଆତ୍ମାର ସଦଗତି ପ୍ରାର୍ଥନା କରିଛନ୍ତି । ସମସ୍ତଙ୍କ ଆରୋଗ୍ୟ ପାଇଁ ମା ସମଲେଇଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।
ପୂର୍ବରୁ ଅନେକ ଥର ଧର୍ମେନ୍ଦ୍ର ଓଡିଆ ଲୋକଙ୍କ ସ୍ବାସ୍ଥ୍ୟ ଏବଂ ସୁବିଧା ଉପରେ ଚିନ୍ତା କରିଛନ୍ତି ।ରାଜନୈତିକ ଜୀବନରୁ ସମୟ କାଢି ବ୍ୟକ୍ତିଗତ ଭାବେ ବିନା ସ୍ବାର୍ଥରେ ଲୋକଙ୍କ ସାହାଯ୍ୟ ପାଇଁ ଆଗେଇ ଆଶନ୍ତି ଧର୍ମେନ୍ଦ୍ର । ଗତି କିଛିଦିନ ତଳେ ସୁରତରେ କାମ କରୁଥିବା ଜଣେ ଶ୍ରମିକ ଉପର ମହଲାରୁ ତଳେ ପଡି ଯାଇଥିବା ବେଳେ ତାଙ୍କର ବ୍ରେନ ହାମରେଜ ହୋଇ ଯାଇଥିଲା । ଚିକିତ୍ସା ହୋଇ ସାମାନ୍ୟ ସୁସ୍ଥ ହେବା ପରେ ଗାଁ କୁ ଫେରିବାକୁ ଅର୍ଥର ସୁବିଧା ନଥିଲା । ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଏହି ଘଟଣାକୁ ଗୁରୁତ୍ବ ଦେଇ ତାଙ୍କୁ ଓଡିଶା ଫେରାଇ ଆଣିବାରେ ପୁରା ସହାୟତା କରିଥିଲେ ।
କେବଳ ସେତିକି ନୁହେଁ ଗତ କିଛିଦିନ ତଳେ ମାଲେସିଆରୁ ଜଣେ ଓଡିଆଙ୍କ ମୃତଦେହ ଓଡିଶା ଫେରାଇ ଆଣିବାରେ ସାହାଯ୍ୟ କରିଥିଲେ ଧର୍ମେନ୍ଦ୍ର ।
କୋଭିଡ ସମୟରେ ଧର୍ମେନ୍ଦ୍ରଙ୍କର ଅବଦାନକୁ ଆଜି ବି ଭୁଲିନାହାନ୍ତି ପ୍ରିତିଶ ବାସା । ଧର୍ମେନ୍ଦ୍ରଙ୍କ ମହତ ସାହାଯ୍ୟ ପାଇଁ ନିଜ ପୁଅର ମୁହଁକୁ ଶେଷ ମୁହୁର୍ତ୍ତରେ ଦେଖିପାରିଥିଲେ । କୋଭିଡ ସମୟରେ ତାଙ୍କ ପୁଅ ମିତ୍ ହିମାଚଳ ପ୍ରଦେଶରେ ପ୍ରାଣ ହରାଇଥିଲେ । ହେଲେ ନିଜ ପୁଅକୁ ଫେରାଇ ଆଣି ଥରେ ଶେଷ ଦର୍ଶନ କରିବାକୁ ପ୍ରିତିଶ ବ୍ୟାକୁଳ ହେଉଥିବା ବେଳେ ଧର୍ମେନ୍ଦ୍ର ଏବଂ ପତ୍ନୀ ମୃଦଳା ତାଙ୍କୁ ସହାୟତାର ହାତ ବଢାଇ ତାଙ୍କ ପୁଅର ମରଶରୀର ଫେରାଇ ଆଣିବାରେ ସାହାଯ୍ୟ କରିଥିଲେ ।
ରାଜନୈତିକ ଜୀବନରେ ବି ଲୋକଙ୍କ ସବୁ ସମସ୍ୟାର ସମାଧାନ ପାଇଁ ଚିନ୍ତା କରିବା ଏବଂ କରି ଦେଖାଇବା ତାଙ୍କୁ ଓଡିଆଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଦେଇଛି ।
https://youtu.be/_yHzK5ymccc?si=P9qZMp9CNtLgQ45b