ବିଦେଶାଗତ ପକ୍ଷୀଙ୍କ ପାଇଁ ଚିଲିକା ବନ୍ୟପ୍ରାଣୀ ବିଭାଗ ବ୍ୟାପକ ବନ୍ଦୋବସ୍ତ ସହ ପେଟ୍ରୋଲିଂ ବ୍ୟବସ୍ଥା ମଧ୍ୟ କରାଯାଇଛି। ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପକ୍ଷୀ ସୁରକ୍ଷା କ୍ୟାମ୍ପ ସହ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ ଏବଂ ପକ୍ଷୀ ସୁରକ୍ଷା ବାହିନୀ ଗଠନ କରି ସୁରକ୍ଷାପାଇଁ ପ୍ରସ୍ତୁତ ଅଛନ୍ତି ବନ୍ୟପ୍ରାଣୀ ବିଭାଗ।
ଚିଲିକା ବନ୍ୟପ୍ରାଣୀ ଡିଭିଜନର ଅଧୀନରେ ଥିବା ଟାଙ୍ଗି, ରମ୍ଭା, ନୂଆପଡା, ଚିଲିକା, ସାତପଡା,ଅଞ୍ଚଳ ରେ ପକ୍ଷୀ ଶିକାର ନକରିବା ଲାଗି ବିଭିନ୍ନ ସ୍ଥାନରେ ଜନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଚିଲିକାର ଅତିଥି ସାଜିଥିବା ଏହି ଦେଶୀ-ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି। ପକ୍ଷୀଙ୍କ ସୁରକ୍ଷା ବଳୟକୁ ପ୍ରବେଶ ନକରିବା ପାଇଁ ମସ୍ୟଜୀବୀଙ୍କୁ ବାରଣ କରାଯାଇଛି। ଚିଲିକା ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ପକ୍ଷୀଙ୍କ ସୁରକ୍ଷା ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପକ୍ଷୀ ସୁରକ୍ଷା କ୍ୟାମ୍ପ କରାଯାଇଛି। ଟାଙ୍ଗି, ବାଲୁଗାଁ ତଥା ଚିଲିକା, ନୂଆପଡା, ସାତପଡ଼ା ,ରମ୍ଭା ରେଞ୍ଜରେ ପକ୍ଷୀ ସୁରକ୍ଷା କ୍ୟାମ୍ପ ଗଠନ ହୋଇଛି ବୋଲି ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ସୂଚନା ମିଳିଛି।
ବିଦେଶାଗତ ପକ୍ଷୀଙ୍କ ମଧ୍ୟରେ ଗଡୱିଲ , ପିଣ୍ଟେଲ , ଫ୍ଲେମିଙ୍ଗୋ , ଗ୍ରେହେରେନ , ପେଲିକାନ , ଗଡୱିଟ , ଗାରଗ୍ରେନ , ୱିଜନ ପ୍ରଭୃତି ଥିଲେ । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଯଦି ପାଗ ଅନୁକୂଳ ରହିଛି ଚିଲିକାରେ ପକ୍ଷୀ ସଂଖ୍ୟା ବଢିବ ବୋଲି ପକ୍ଷୀ ବିଶାରଦ ଆକଳନ କରିଛନ୍ତି । ପକ୍ଷୀଙ୍କ ସୁରକ୍ଷା ପାଇଁ ଚିଲିକା କୂଳମାନଙ୍କରେ ପକ୍ଷୀ ସୁରକ୍ଷା କ୍ୟାମ୍ପ କରାଯାଇଛି। ଏନେଇ ପକ୍ଷୀ ସୁରକ୍ଷା ବାହିନୀର କର୍ମଚାରୀମାନେ ୨୪ ଘଣ୍ଟିଆ ପଇଁତରା ମାରୁଛନ୍ତି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।