ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଆଣ୍ଟି ବାୟୋଟିକ୍ ଦିଆଯାଇଛି । ଗଜପତି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ମାଲକାନଗିରିରେ ଆଗକୁ ହେବ ସର୍ଭିଲେନ୍ସ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ନିର୍ଦ୍ଧେଶିକା ଡା ସଂଯୁକ୍ତା ସାହୁ ।
ଅନ୍ୟପଟେ ବ୍ରହ୍ମପୁର MKCG ରେ ଡିପଥେରିଆ ରୋଗୀ ଚିହ୍ନଟ ହୋଇଛନ୍ତି । ଶିଶୁ ବିଭାଗ ଆଇସୋଲେସନ୍ ୱାର୍ଡରେ 4 ଜଣ ଡିପଥେରିଆ ରୋଗୀ ଚିକିତ୍ସତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ କୋରାପୁଟ ବନ୍ଧୁଗାଁ କୁମ୍ଭାରୀପୂଟ ଗାଁର ସୁବାରାଓ ମେଲେକାଙ୍କ ୧୦ବର୍ଷର ପୁଅ ଜିପୁନ ମେଲେକାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ବର୍ତ୍ତମାନ ଶିଶୁଟିର ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଏହାସହ ଅନ୍ୟ ତିନିଜଣଙ୍କ ସ୍ବାସ୍ଥ୍ୟବସ୍ଥା ସ୍ବଭାବିକ ରହିଥିବା ସୂଚନା ମିଳିଛି । ପୂର୍ବରୁ ରାୟଗଡ଼ା କାଶୀପୁର ବ୍ଲକ ମୁନୁସପଦର ଗାଁରେ 5 ଜଣଙ୍କ ଡିପଥେରିଆରେ ମୃତ୍ୟୁ ହୋଇଥିଲା ।
ଆହୁରି ପଢନ୍ତୁ ଓଡିଶା ଖବର...