ସେଥିପାଇଁ ତ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ବାରମ୍ବାର ହାତଯୋଡ଼ି ଗଣମାଧ୍ୟମକୁ ନିବେଦନ କରିଛନ୍ତି ଅଯଥାରେ ଲୋକଙ୍କୁ ଭୟଭୀତ କରନ୍ତୁ ନାହିଁ। ବାତ୍ୟାକୁ ନେଇ ଅତିରଞ୍ଜିତ ଖବର ପ୍ରସାରଣ ଯୋଗୁଁ ଚାଷୀ କଞ୍ଚାଧାନ କାଟିନେଉଛନ୍ତି।
ଦାୟିତ୍ବ ସମ୍ପନ୍ନ ଗଣମାଧ୍ୟମର କର୍ତ୍ତବ୍ୟ ବାତ୍ୟା ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ସଚେତନ କରିବ। କିନ୍ତୁ କିଛି ଆଗଧାଡ଼ିର ଗଣମାଧ୍ୟମ ଟିଆରପି ମାୟାରେ ବାତ୍ୟା ଦାନାକୁ ନେଇ ଅତିରଞ୍ଜିତ ଖବର ପରିବେଷଣ କରିଛନ୍ତି । ଏପିରିକି କୁହାଗଲା ଦାନାର ପ୍ରକୋପ ୧୯୯୯ ମହାବାତ୍ୟାଠାରୁ ବି ବଳିଯିବ। ଯେତେବେଳେ କି ସେପର୍ଯ୍ୟନ୍ତ ଦାନା ଅବପାତରେ ବି ପରିଣତ ହୋଇନଥିଲା । କିନ୍ତୁ ଅର୍ଗସ ଏକ ଦାୟିତ୍ବ ସମ୍ପନ୍ନ ଗଣମାଧ୍ୟମ ଭାବେ ଟିଆରପି ଦୌଡ଼ରୁ ଦୂରରେ ରହି ସତ ଖବର ଲୋକଙ୍କୁ ଦେଖାଇଛି । ଆଇଏମଡି ଏବଂ ସରକାରଙ୍କ ପକ୍ଷରୁ ବାତ୍ୟାକୁ ନେଇ ଯେଉଁ ଆକଳନ କରାଯାଇଛି ତାହା ହିଁ ଲୋକଙ୍କୁ ଦେଖାଇଛୁ । ଲୋକଙ୍କ ମୁହଁରୁ ନିଚ୍ଛକ ସତକଥା ଆମେ ଦର୍ଶକଙ୍କ ପାଖରେ ପହଞ୍ଚାଇଛୁ । ବାତ୍ୟା ଦାନାକୁ ନେଇ ଯେଉଁଭଳି ଅତିରଞ୍ଜିତ ଖବର ପରିବେଷଣ କରାଗଲା ତାହା ବିପର୍ଯ୍ୟୟ ବେଳେ ଗଣମାଧ୍ୟମର ଭୂମିକା ନେଇ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।