ରାତ୍ରୀ ସମୟରେ ହାତୀ ପଲ ଜଙ୍ଗଲ ଛାଡି ଗାଁ ମୁହଁଆ ହେଉଥିବା ରୁ ଏହାକୁ ଆଖି ଆଗରେ ରଖି କୋଇଡା ବନାଞ୍ଚଳ ତରଫରୁ ରାତ୍ରୀ ସମୟରେ ହାତୀର ଗତିବିଧି ଉପରେ ନଜର ରଖିବା ପାଇଁ ଡ୍ରୋନ କ୍ୟାମେରା ବ୍ୟବସ୍ଥା କରାଯାଇଛି ।
ହାତୀ ଜଙ୍ଗଲ ଛାଡି ଗାଁ ମୁହଁଆ ହେବା ସମୟରେ ଡ୍ରୋନ କ୍ୟାମେରା ସାହାଯ୍ୟରେ ହାତୀ ସ୍କୋର୍ଡ ହାତୀର ଗତିବିଧି ଦେଖି ହାତୀପଲ ଙ୍କୁ ଜଙ୍ଗଲ ମଧ୍ୟକୁ ପୁନର୍ବାର ଘଉଡାଇବାରେ ସଫଳ ହେଉଛି ବନ ବିଭାଗ । ଏହା ସହିତ କୋଇଡା ବନାଞ୍ଚଳରେ ଗୋଟିଏ ମାସରେ ଦୁଇଟି ହାତୀ ଶାବକ ମୃତ୍ୟୁ ହେବା ପରେ ବର୍ତ୍ତମାନ ହାତୀ ଶାବକ ମାନଙ୍କରେ ନଜର ରଖୁଛି ଡ୍ରୋନ କ୍ୟାମେରା ।
ଅଧିକ ପଢନ୍ତୁ ଓଡ଼ିଶା ଖବର