ଆଜିବି ଚୁଆ ଭରସାରେ ଅଞ୍ଚଳବାସୀ
by Manini Pattanayak
ନୂଆପଡା: ଦୁର୍ଗମରେ ବସୁଧା ଧୋକା। ଆଜିବି ଚୁଆ ଭରସାରେ ଅଞ୍ଚଳବାସୀ। ଜଙ୍ଗଲୀ ନାଳର ଚୁଆ ପାଣି କଛାରପଡାବାସୀଙ୍କ ଏକମାତ୍ର ଭରସା। ଦୁର୍ଗମରେ ବସୁଧା ଯୋଜନା ସାତ ସପନ। ଏ ହେଉଛି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ବଣ ପାହାଡ଼ ଘେରା ଘାଟମାଲ ପଞ୍ଚାୟତର କଛାରପଡା l ଗାଁରେ ଉତ୍କଟ ପାନୀୟ ଜଳର ସମସ୍ୟା l ଏଠି କାହିଁ କେତେ ବର୍ଷ ରୁ ବସବାସ କରୁଛନ୍ତି 20 ରୁ ଉର୍ଦ୍ଧ ଆଦିବାସୀ ପରିବାର l ଜଙ୍ଗଲୀ ନାଳର ଚୁଆଁ ପାଣି ଉପରେ ଭରସା କରୁଛନ୍ତି ଏଠାର ଅଞ୍ଚଳବାସୀ। ବାରମ୍ବାର ଅଭିଯୋଗ ସତ୍ୱେ ମିଳୁନୀ ପାନୀୟ ଜଳର ସୁବିଧା l ବନ୍ୟ ଜନ୍ତୁ ଡରରେ ଗାଁର ମହିଳା ମାନେ ଏକଜୁଟ ହୋଇ ପାଣି ପାଇଁ ନାଳକୁ ଯାନ୍ତି l ଘଞ୍ଚ ଜଙ୍ଗଲ ଭିତରେ ଡରି ଡରି ନିତି ପାଣି ପାଇଁ ସଂଘର୍ଷ କରିବାକୁ ପଡେ l ନାଳ ଭିତରେ ଚୁଆ ଖୋଳି ଗରା ମାଠିଆ ରେ ପାଣି ଆଣନ୍ତି କଛାରପଡା ବାସି l
ଗାଁ ନିକଟସ୍ଥ ତାଳକୋଟରେ ବସୁଧା ଯୋଜନାରେ ପାଣି ଟାଙ୍କି ରହିଛି । କିନ୍ତୁ ଆଜି ଯାଏ କଛାରପଡାକୁ ସଂଯୋଗ ହୋଇନୀ ପାଇପ l ବିଭାଗୀୟ ଯନ୍ତ୍ରୀ ଏବଂ ଠିକାଦାରଙ୍କ ଉଦାସୀନତା ଯୋଗୁଁ ବସୁଧାରୁ ମିଳୁନୀ ପାଣି l ବର୍ଷ ବର୍ଷ ଧରି ଜଙ୍ଗଲୀ ନାଳ ଉପରେ ଭରସା କରୁଛନ୍ତି ଦୁର୍ଗମ ବାସି । 24 ବର୍ଷର ଶାସନ ମଧ୍ୟରେ ଠିକାଦାର ପୋଷାରେ ସିମିତ ରହିଗଲା ବିକାଶ। ଏବେବି ଦୁର୍ଗମ ବାସୀଙ୍କ ପାଇଁ ସ୍ୱଚ୍ଛ ପାଣି ସାତ ସପନ। ଯଥାଶୀଘ୍ର କଛାରପଡାରେ ପାନୀୟ ଜଳର ସୁବିଧା କରିବାକୁ ନିବେଦନ କରିଛନ୍ତି ଗ୍ରମାବାସୀ।
ଅଧିକ ପଢନ୍ତୁ ଓଡ଼ିଶା ଖବର