ଘଟଣାସ୍ଥଳରୁ ଜଣେ ମାଓବାଦୀଙ୍କ ମୃତଦେହ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଏବେ ବି ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍ ଚାଲିଥିବା ସୁକମା ଏସପି କିରଣ ଚୌହାନ ସୂଚନା ଦେଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ରାୟଗଡା: ଛତିଶଗଡ ସୁକମାରେ ଏନକାଉଣ୍ଟର । ଏଥିରେ ଜଣେ ମାଓବାଦୀର ମୃତ୍ୟୁ ହୋଇଛି । ମାଓବାଦୀମାନେ ଲୁଚିଥିବା ଖବର ପାଇଁ ସୁରକ୍ଷାକର୍ମୀମାନେ ଆରମ୍ଭ କରିଥିଲେ ଅପରେସନ୍ ।
ଘଟଣାସ୍ଥଳରୁ ଜଣେ ମାଓବାଦୀଙ୍କ ମୃତଦେହ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଏବେ ବି ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍ ଚାଲିଥିବା ସୁକମା ଏସପି କିରଣ ଚୌହାନ ସୂଚନା ଦେଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ତାତିରୁ ନାହିଁ ନିସ୍ତାର । ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁସାରେ ବାଲେଶ୍ବର ସହର ସବୁଠୁ ଉତ୍ତପ୍ତ । ବାଲେଶ୍ବରରେ ୪୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଏହା ଏପ୍ରିଲ ମାସର ସର୍ବୋଚ୍ଚ ଦିନ ତାପମାତ୍ରାର ସର୍ବକାଳୀନ ରେକର୍ଡ । ଏହା ପୂର୍ବରୁ ୨୦ ଏପ୍ରିଲ ୨୦୧୦ ରେ ୪୫ ଡିଗ୍ରୀ ରେକର୍ଡ ହୋଇଥିଲା । ସେହିପରି ରାଜଧାନୀ ଭୁବନେଶ୍ବରରେ ୪୫.୪ ଡିଗ୍ରୀ ଛୁଇଁଛି ପାରଦ । ଏହା ଏପ୍ରିଲ ମାସର ଦ୍ବିତୀୟ ସର୍ବାଧିକ ତାପମାତ୍ରା ।
୧୧ ଏପ୍ରିଲ ୨୦୧୬ରେ ଭୁବନେଶ୍ବରରେ ସର୍ବୋଚ୍ଚ ତାପମାତ୍ରା ୪୫.୮ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା । କଟକ, ଭୁବନେଶ୍ବର ଓ ବାଲେଶ୍ବରକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ଅଗାମୀ ୨୪ ଘଣ୍ଟା ପାଇଁ ସିଭିୟର ହିଟୱେଭ୍ ଜାରି ରହିବ । ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଅଧିକ ପଢନ୍ତୁ ପାଣିପାଗ ଖବର
ସେପପଟେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟରେ ବଢୁଛି ଅଂଶୁଘାତ । ଆଜି ସୁଦ୍ଧା ୩୬୭ ଅଂଶୁଘାତ ରୋଗୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସୁନ୍ଦରଗଡ଼ରୁ ୬୦, ମୟୂରଭଞ୍ଜରୁ ୫୦ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଅଂଶୁଘାତରେ ଏ ପର୍ଯ୍ୟନ୍ତ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଅତ୍ୟଧିକ ଖରା ଯୋଗୁଁ ସନ୍ ବର୍ଣ୍ଣ ଭଳି ଚର୍ମ ରୋଗ ହୋଇପାରେ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ପିକ୍ ଆୱାରରେ ଘରେ ରହିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ମୁଣ୍ଡ ବୁଲେଇଲେ କିମ୍ବା ଗଳା ଶୁଖିଲେ ତୁରନ୍ତ ଡାକ୍ତରଖାନା ଯିବାକୁ ପରାମର୍ଶ । ଛୋଟ ପିଲା, ବୃଦ୍ଧ, ବୃଦ୍ଧା, ଗର୍ଭବତୀ ମହିଳା ଅଧିକ ସତର୍କ ରହିବାକୁ ଜନ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି ।
ଅର୍ଗସ ବ୍ୟୁରୋ : ମଞ୍ଚ ଉପରେ ଭାଷଣ ଦେଉଥିଲେ ନବରଙ୍ଗପୁରରୁ ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ । ପାଖରେ ବସିଥିଲେ ବିଜେଡି ନେତା ଭି. କେ ପାଣ୍ଡିଆନ । ଜାତିଗତ ସଂରକ୍ଷଣ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ୍ କରୁଥିଲେ ପ୍ରଦୀପ । ପ୍ରଦୀପଙ୍କ ଭାଷଣର ଆଧାର ହେଉଛି ତେଲେଙ୍ଗାନା କଂଗ୍ରେସ ପକ୍ଷରୁ ସୋସିଆଲ୍ ମିଡିଆରେ ଭାଇରାଲ୍ କରାଯାଇଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଏକ ଫେକ୍ ଭିଡିଓ ।
ଯେଉଁ ଫେକ୍ ଭିଡିଓ ନେଇ ପୋଲିସ ନେଉଛି କାର୍ଯ୍ୟାନୁଷ୍ଠାନ ସେହି ଭିଡିଓକୁ ଆଧାର କରି ପାଣ୍ଡିଆନଙ୍କ ସାମ୍ନାରେ ଡାହା ମିଛ କହି କୁତ୍ସାରଟନା କଲେ ନବରଙ୍ଗପୁରର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ । ଆଉ ଅତ୍ୟନ୍ତ ଲଜ୍ଜାଜନକ ଭାବେ ପ୍ରଦୀପଙ୍କ ଭାଷଣକୁ ତାଳି ମାରି ସମର୍ଥନ ଦେଉଥିଲେ ପାଣ୍ଡିଆନ । ଆଉ ଅମିତ୍ ଶାହାଙ୍କ ବିରୋଧରେ ଗଡ଼ ଜିତିବା ଭଳି ଅଭିନୟ କରୁଥିଲେ ଭୈରବ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ନିର୍ବାଚନ ସମୟରେ ଅପପ୍ରଚାର କରୁଛି ବିଜେଡି । ଏଥିପାଇଁ ନେଉଛି ମିଛର ସାହାରା । ଏ ନେଇ ବିଜେଡି ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି ବାହାରିଆ ନେତା ଗୁମାସ୍ତା ନେତାଙ୍କ କଥାରେ ପଡ଼ି ମିଛ ଭାଷଣ ଦେଉଛନ୍ତି ବିଜେଡି ନେତା । ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ପ୍ରଦୀପ ମାଝୀଙ୍କ ବିରୋଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ । ପ୍ରଦୀପ ମାଝୀଙ୍କ ମିଛ ଭାଷଣ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ରାଜ୍ୟ ବିଜେପି। କାର୍ଯ୍ୟାନୁଷ୍ଠାନ ଦାବିରେ ନିର୍ବାଚନ କମିଶନଙ୍କ ପାଖରେ କରିଛି ଅଭିଯୋଗ।