ମହିଳାମାନଙ୍କୁ ଗରା, ହାଣ୍ଡି, ବାଲଟି ଧରି ଝିଙ୍କିରା ନାଳ ଉପରେ ଚୁଆ କରି ସେଠାରୁ ପାଣି ଆଣିବାକୁ ପଡୁଛି । ଆଦିବାସୀ ପରିବାର ମାନଙ୍କ ପାଇଁ ବସୁଧା ଯୋଜନାରେ ତିନୋଟି ନଳକୂପ ରହିଛି । କିନ୍ତୁ ନଳକୂପରୁ ଗୋଳିଆ ଓ ଦୂଷିତ ପାଣି ବାହାରୁଥିବାରୁ ତାହା ପିଇବା ଉପଯୋଗୀ ହୋଇପାରୁନଥିବା ଅଭିଯୋଗ ହୋଇଛି । କେବଳ ପାଣି କାହିଁକି ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ଗାଁଲୋକେ । ନା ଭଲ ରାସ୍ତା ଖଣ୍ଡିଏ ଅଛି ନା ଲୋକଙ୍କୁ ମିଳୁଛି ଉନ୍ନତ ଚିକିତ୍ସା ।
ଯିବା ଆସିବା ପାଇଁ ଲୋକଙ୍କୁ ଖାଲଖମା ରାସ୍ତା ଉପରେ ନିର୍ଭର କରିବାକୁ ପଡୁଛି । ଗମନା ଗମନ ପାଇଁ ପଞ୍ଚାୟତ ପକ୍ଷରୁ ୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଏହି ପୋଲ ଅଧପନ୍ତରିଆ ଭାବେ ପଡ଼ି ରହିଛି । ଏସବୁ ସମସ୍ୟା ବାବଦରେ ଗ୍ରାମବାସୀ, ସ୍ଥାନୀୟ ୱାର୍ଡ ମେମ୍ବର ଓ ସରପଞ୍ଚଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ସମାଧାନ ହୋଇପାରିନଥିବା ଅଭିଯୋଗ ହୋଇଛି । ବଲାଣୀ ପଞ୍ଚାୟତର ଲୋକେ ଆଜି ବି ସରକାରଙ୍କ ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ହୋଇରହିଛନ୍ତି । ନିର୍ବାଚନ ପୂର୍ବରୁ ପାଣି ଓ ରାସ୍ତା ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ । ନଚେତ ଭୋଟ ବର୍ଜନ ଚେତାବନୀ ଦେଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର