ଓଡ଼ିଶାର ଲୋକ କୁଶଳୀ । ଓଡ଼ିଶା ଲୋକଙ୍କ ଭିତରେ ଅନେକ ସମ୍ଭାବନା ରହିଛି । ବୁଦ୍ଧି, ବିଚାର ବଳରେ ଅନେକ ଓଡ଼ିଆ ଲୋକ ବାହାରେ କାର୍ଯ୍ୟ କରୁଛନ୍ତି । ରାଜ୍ୟର ପାସପୋର୍ଟ ସମସ୍ୟା ଥିଲା । ମୋଦି ସରକାର ସମୟରେ ଓଡ଼ିଶାର 20ଟି ପୋଷ୍ଟ ଅଫିସରେ ପାସପୋର୍ଟ ସେବା କେନ୍ଦ୍ର ଖୋଲାଯିବା ପରେ ଲକ୍ଷ ଲକ୍ଷ ଲୋକ ଉପକୃତ ହେଉଥିବା କହିଛନ୍ତି ଜୟଶଙ୍କର । ଗତ ୧୦ ବର୍ଷ ମଧ୍ୟରେ ଓଡ଼ିଶାକୁ କେନ୍ଦ୍ର ସରକାର ବିଭିନ୍ନ ପ୍ରକଳ୍ପରେ 18 ଲକ୍ଷ କୋଟିରୁ ଅଧିକ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି । ଓଡ଼ିଶାରେ ୫୮ ହଜାର କିମି ରାସ୍ତା ତିଆରି ହୋଇଛି । ୩ ହଜାର କିମି ପାଇପ ଲାଇନ୍ ବିଛା ଯାଇଛି । 2ଟି ସ୍ମାର୍ଟ ସିଟି ହୋଇଥିବା ସେ କହିଛନ୍ତି ।
ରାଜ୍ୟ ସରକାର ଆୟୁଷ୍ମାନ ଯୋଜନା ଲାଗୁ ନକରି ରାଜ୍ୟବାସୀଙ୍କୁ ଯୋଜନାରେ ଲାଭ ପାଇବାରୁ ବଞ୍ଚିତ କରୁଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଆସନ୍ତାକାଲି କଟକ ଓ ସମ୍ବଲପୁରର ବିଭିନ୍ନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ସାମିଲ ହେବେ ।