ଘର
ଓଡ଼ିଶା
ନିର୍ଦେଶକ ସଂଘ vs ଅଭିନେତା ମନୋଜ ମିଶ୍ର ହେଲେ ମୁହାଁମୁହିଁ
ନିର୍ଦେଶକ ସଂଘ vs ଅଭିନେତା ମନୋଜ ମିଶ୍ର ହେଲେ ମୁହାଁମୁହିଁ
by Smruti Parija
NEWS HIGHLIGHTS
- ଚର୍ଚ୍ଚାରେ ଓଲିଉଡ
- କିଛି ଦିନର ବିରତି ପରେ ପୁଣି ଫେରିଲା ଓଲିଉଡ କଳି
- ଫିଲ୍ମ ଯେତିକି ହିଟ ନୁହେଁ ଇଣ୍ଡଷ୍ଟ୍ରିର କଳି ସେତିକି ହିଟ୍
- ନିର୍ଦେଶକ ସଂଘ vs ଅଭିନେତା ମନୋଜ ମିଶ୍ର ହେଲେ ମୁହାଁମୁହିଁ
ଭୁବନେଶ୍ୱର: ସାମାଜିକ ଗଣମାଧ୍ୟମରେ ମନ୍ତବ୍ୟ ରଖି ପୁଣି ବିବାଦରେ ମନୋଜ ମିଶ୍ର । ସାମାଜିକ ଗଣମାଧ୍ୟମରେ ଓଡ଼ିଆ ଚଳଚିତ୍ରକୁ ବଦନାମ କରୁଥିବା ଅଭିଯୋଗ । ସାଇବର ଥାନାରେ ଏତଲା ଦେଲେ ଓଡ଼ିଆ ଫିଲ୍ମ ଓ ନିର୍ଦେଶକ ସଂଘ । ଏହାର ଉତ୍ତର ରଖି ଏକ ସାମ୍ବାଦିକ ସାମ୍ମିଳନୀ ମାଧ୍ୟମରେ ଉତ୍ତର ରଖିଛନ୍ତି ମନୋଜ ମିଶ୍ର । କହିଛନ୍ତି ଯେଉଁମାନେ ମୋ ନାରେ ଅଭିଯୋଗ ଦେଇଛନ୍ତି ସେମାନେ ଫିଲ୍ମ ତିଆରି କରିବା ଜାଣିନାହାନ୍ତି । ସେମାନଙ୍କୁ ହଟାଇ ଓଲିଉଡ଼କୁ ଅପଡେଟ୍ କଲେ ଯାଇ ଓଡ଼ିଆ ଚଳଚ୍ଚିତ୍ରର ଉନ୍ନତି ସମ୍ଭବ । ଯେତେ ଯାଏଁ ଏମାନେ ଫିଲ୍ମ ପ୍ରସ୍ତୁତ କରିବା ବନ୍ଦ କରିନାହାନ୍ତି ସେତେ ଯାଏଁ ମୁଁ ଚୁପ ବସିବି ନାହିଁ ବୋଲି ସିଧାସଳଖ ବିସ୍ଫୋରକ ବୟାନ ଦେଇଛନ୍ତି ମନୋଜ ।
ମନୋଜଙ୍କୁ କାଉଣ୍ଟର କରିଛନ୍ତି ବରିଷ୍ଠ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର । କହିଛନ୍ତି ମନୋଜ ଫିଲ୍ମ ଇଣ୍ଡଷ୍ଟ୍ରିର କର୍ଣ୍ଣନ୍ଧର ନୁହନ୍ତି । ମନୋଜ ମିଶ୍ର ଶାଳିନତା ରଖି କଥା କୁହନ୍ତୁ । ମନୋଜ ମିଶ୍ରଙ୍କ ଷ୍ଟ୍ରାଟେଜି କେମିତି ମିଡ଼ିଆ ଆଟେନସନ୍ ପାଇବେ । ସବ୍ୟସାଚୀ ମହାପାତ୍ର ପ୍ରଶ୍ନ କରିଛନ୍ତି ସେ କ'ଣ ଏକା ଏକ୍ସପର୍ଟ ।
ତେବେ ଓଡ଼ିଆ ସିନେ ଜଗତରେ ଅଭିନେତା ଓ ନିର୍ଦ୍ଦେଶକମାନଙ୍କ ଭିତରେ ଚାଲିଥିବା ଆରୋପ ପ୍ରତ୍ୟାରୋପକୁ ନେଇ ଚର୍ଚ୍ଚା ଜୋର । ଲୋକେ କହିବା ଆରମ୍ଭ କଲେଣି ଯେ ଓଲିଉଡରେ ଫିଲ୍ମ ଯେତିକି ହିଟ୍ ନୁହେଁ ଇଣ୍ଡଷ୍ଟ୍ରି ଭିତରେ ଚାଲିଥିବା କଳି ସେତିକି ସୁପରହିଟ୍ ।