ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଆସନ୍ତା ନିର୍ବାଚନକୁ ମୁକ୍ତ ଓ ଅବାଧ କରିବା ସହିତ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଓ ନିର୍ଭୟରେ ଜନସାଧାରଣ ନିଜ ମତ ସାବ୍ୟସ୍ତ କରିବା ପାଇଁ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ ଆୟୋଜିତ ହୋଇଛି । ନବରଙ୍ଗପୁର ଏସପି ରୋହିତ ବର୍ମାଙ୍କ ନିର୍ଦେଶ କ୍ରମେ ଉମରକୋଟ ଏସ୍ଡ଼ିପିଓ ମଧୁ ଶିକ୍ତା ମିଶ୍ରଙ୍କ ନେତୃତ୍ୱ ରେ ଏକ ଟିମ ଗଠନ କରି ଝରୀଗାଁ ନିର୍ବାଚନ ମଣ୍ଡଳୀର ଇଚ୍ଛାପୁର ଏବଂ ଝରୀଗାଁ ସଦର ଠାରେ ଫ୍ଲାଗ ମାର୍ଚ କରାଯାଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଆଜି ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ମାରାଥନ୍ ନିର୍ବାଚନ ପ୍ରଚାର । ପଶ୍ଚିମବଙ୍ଗର ବର୍ଦ୍ଧନ, କୃଷ୍ଣନଗର ଏବଂ ବାଲପୁର ନିର୍ବାଚନମଣ୍ଡଳୀରେ ସାଧାରଣ ସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହ ଝାଡ଼ଖଣ୍ଡରେ ମଧ୍ୟ ନିର୍ବାଚନ ପ୍ରଚାର କରିବେ ମୋଦି । ପାଲାମୁରୁ ବିଜେପି ପ୍ରାର୍ଥୀ ବିଷ୍ଣୁ ଦିନଲ ରାମଙ୍କ କରିବେ ପ୍ରଚାର।
ସେପଟେ ମେ’ ୬ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଦକ୍ଷିଣ ଓଡ଼ିଶାରେ ହାଇଭୋଲଟେଜ ପ୍ରଚାର କରିବେ ମୋଦି । ବ୍ରହ୍ମପୁର ଓ ନବରଙ୍ଗପୁର ଜନସଭାରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ଆପଣ ଯଦି ନୂଆ ଏସି କିଣିବାକୁ ଚାହୁଁଛନ୍ତି ଏସବୁ କଥାକୁ ଧ୍ୟାନରେ ରଖନ୍ତୁ। ଖରା ଦିନ ଆସିଲେ ଏସିର ଡିମାଣ୍ଡ ବଢ଼ିଯାଏ। କିଛି ଲୋକ ଅଛନ୍ତି ଖରାଦିନ ଆସିଲେ ଏସି କିମ୍ବା କୁଲର ନିଶ୍ଚିତ କିଣିଥାନ୍ତି ।ଏହି ଗରମ ଦିନରେ ଫ୍ଲିପକାର୍ଟରେ ବର୍ତ୍ତମାନ ଅଫରର ମେଳା ଲାଗିଛି । ଫ୍ରିଜ୍, ଟିଭି ଏବଂ ୱାଶିଂ ମେସିନ୍, ରୋଷେଇ ଉପକରଣରେ ମଧ୍ୟ ବହୁତ ଶସ୍ତା ଅଫରରେ ଉପଲବ୍ଧ ହୋଇଛି । ଫ୍ଲିପକାର୍ଟର ବିଗ୍ ସେଭିଙ୍ଗ୍ ଡେ ଘୋଷଣା କରାଯାଇଛି ଏହା ମେ ଅର୍ଥାତ ଆଜିଠୁ ଆରମ୍ଭ ହେବ । ହକଙ୍କୁ ଅନେକ ଵଡ ବଡ ରିହାତିର ସୁବିଧା ଦିଆଯାଉଛି ।
ଏହି ବିକ୍ରିରେ ମୋବାଇଲ୍, ଟିଭି, ସ୍ମାର୍ଟ ଗ୍ୟାଜେଟ୍, ତାହାସହ ଘରର ଅତ୍ୟାବଶ୍ୟକ ସାମଗ୍ରୀ, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଅତି କମ୍ ମୂଲ୍ୟରେ ଘରକୁ ଅଣାଯାଇପାରିବ । ଡିଲ୍ ବିଷୟରେ କହିବାକୁ ଗଲେ ଏଠାରେ ଆପଣଙ୍କୁ ବହୁତ ବଡ ବ୍ରାଣ୍ଡର ଫୋନ୍ କିଣିବାର ସୁଯୋଗ ଦିଆଯାଉଛି
ଆଇଫୋନରେ ସର୍ବଶ୍ରେଷ୍ଠ ଅଫର ଲେଖାଯାଇଛି ଏବଂ ଏହା କୁହାଯାଇଛି ଯେ ଆଇଫୋନ୍ 14 ପ୍ଲସ୍ ପ୍ରଥମିକ ସ୍ତରରେ ୫୯,୯୯୯ ଟଙ୍କାରେ କ୍ରୟ କରାଯାଇପାରିବ। ଏହା ବ୍ୟତୀତ, ଗାଲାକ୍ସି S23 FE ୭୯,୯୯୯ ଟଙ୍କା ବଦଳରେ ୩୩,୯୯୯ ଟଙ୍କାରେ ବିକ୍ରି ହୋଇପାରିବ
ଟିଭି ଉପକରଣରେ ମଧ୍ୟ ରିହାତି :-
ପାନାସୋନିକ୍ ୧.୫ ଟନ୍ ୫ ଷ୍ଟାର୍ ଏୟାର କଣ୍ଡିସନର ମାତ୍ର ୪୨,୯୯୦ ଟଙ୍କାରେ କିଣି ପାରିଵେ । ଯେତେବେଳେ କି ସାମସଙ୍ଗ 236L 2 ଷ୍ଟାର୍ ରେଫ୍ରିଜରେଟର ୨୨,୬୯୦ ଟଙ୍କାରେ କିଣାଯାଇପାରିବ ।
Mi A ସିରିଜ୍ ୩୨ ଇଞ୍ଚ୍ ସ୍ମାର୍ଟ ଟିଭି ଗ୍ରାହକମାନେ ୧୧,୦୨୪ ଟଙ୍କାରେ କିଣି ପାରିବେ । ଫ୍ଲିପକାର୍ଟ ବିକ୍ରିରେ ୫୦୦W ମିକ୍ସର୍ ଗ୍ରାଇଣ୍ଡରକୁ ୧,୬୯୯ ଟଙ୍କାରେ ଘରକୁ ଅଣାଯାଇପାରିବ
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ରାୟଗଡ଼ା ଗସ୍ତ ବାତିଲ। ଶୁକ୍ରବାର ଅର୍ଥାତ ଆଜି ରାୟଗଡ଼ା ଆସିବେନି କଂଗ୍ରେସ ନେତା ରାହୁଲ ଗାନ୍ଧୀ। କଂଗ୍ରେସ ରାଏବରେଲି ଆସନ ପାଇଁ ରାହୁଲଙ୍କ ନାଁ ଘୋଷଣା କରିବାପରେ ଓଡ଼ିଶା ଗସ୍ତ ବାତିଲ ହୋଇଛି। ଆଜି ସେ ରାଏବରେଲିରୁ ନାମାଙ୍କନ ଭରିବେ। ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ପ୍ରସାଦ ହରିଚନ୍ଦନ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଠି କିମ୍ବା AICCର କେହି ତୁଙ୍ଗ ନେତା ରାୟଗଡ଼ା ଆସିବା ନେଇ ସୂଚନା ରହିଛି।
ରାହୁଲ ଗାନ୍ଧୀଙ୍କର ଆଜି ରାୟଗଡ଼ା ଗସ୍ତ ଥିଲା। ସେ ସ୍ବତନ୍ତ୍ର ହେଲିକପ୍ଟରରେ ବିଶାଖାପାଟଣାରୁ ବାହାରି ମଧ୍ୟାହ୍ନ ୧୨ଟା ୧୫ରେ ରାୟଗଡ଼ାରେ ପହଞ୍ଚିଥାନ୍ତେ। ସେଠାରେ ରାୟଗଡ଼ା ବାଇପାସ ରୋଡର ବାରିଝୋଲା ପଡ଼ିଆରେ ହେବାକୁ ଥିବା ଜନସମାବେଶକୁ ସମ୍ବୋଧନ କରିଥାନ୍ତେ। ନୋମିସେନର ଦାଖଲର ଶେଷ ଦିନରେ ରାହୁଲ ଗାନ୍ଧୀଙ୍କ ନାଁ ଘୋଷଣା ହେବା ପରେ ରାୟଗଡ଼ା ଗସ୍ତ ବାତିଲ ହୋଇଛି।
ଅଧିକ ପଢ଼ନ୍ତୁ ରାଜନୀତି ଖବର