ଲୋକଙ୍କୁ ତଳିଆ ଅଞ୍ଚଳରୁ ଆଣି ଉଚ୍ଚ ସ୍ଥାନରେ ରଖାଯାଉଛି । ଅନ୍ୟପଟେ ମେଡିକାଲ ଟିମ୍ ଗାଁରେ ପହଁଚି ପାଣି ବୋତଲ , ଆରଏସ, ଝାଡାବାନ୍ତି , ଜ୍ବର ପାଇଁ ଔଷଧ ବନ୍ୟା ବିପନ୍ନଙ୍କ ଘରକୁ ଘର ଯାଇ ଦେଉଥିବା ଦେଖିବାକୁ ମିଳିଛି ।
ବାରମ୍ବାର ସୁବର୍ଣ୍ଣରେଖାରେ ବନ୍ୟା ସ୍ଥିତି ଦେଖାଯିବାର କାରଣ ହେଉଛି ସୁବର୍ଣ୍ଣରେଖା ସଂସ୍କାର ପ୍ରକଳ୍ପ ଦୀର୍ଘ ଦୀନ ହେବ ହୋଇପାରୁନି । ଯେଉଁଥିପାଇଁ ସୁବର୍ଣ୍ଣରେଖା ନଦୀ କ୍ରମଶଃ ପୋତି ହୋଇଗଲାଣି । କାରଣ ବଶତଃ ଅଳ୍ପ ବର୍ଷାରେ ନଦୀରେ ବନ୍ୟାପରିସ୍ଥିତି ସୃଷ୍ଟି ହେଉଛି । ଏ ଦିଗରେ ବାଲେଶ୍ବର ସାଂସଦ ପ୍ରତିକ୍ରିୟା ରଖିଛନ୍ତି ସୁବର୍ଣ୍ଣରେଖା ସଂସ୍କାର ପାଇଁ ଆଜି ଆଲୋଚନା ହୋଇଛି ଅଳ୍ପ ଦିନରେ ଗୁରୁତ୍ବ ଦିଆଯିବ ।
ଆହୁରି ପଢନ୍ତୁ ଓଡିଶା ଖବର...