ଏହି ଋତୁକାଳୀନ ବେଶ ଆଜିଠାରୁ ଆରମ୍ଭ ହୋଇ ବସନ୍ତ ପଞ୍ଚମୀ ବା ସରସ୍ବତୀ ପୂଜା ପର୍ଯ୍ୟନ୍ତ ଚାଲିବ। ଶ୍ରୀମନ୍ଦିରରେ ପାଳିତ ହେଉଥିବା ପ୍ରସିଦ୍ଧ ‘ଦ୍ଵାଦଶ ଯାତ୍ରାମାନ’ଙ୍କ ମଧ୍ୟରୁ ଏହି ଯାତ୍ରା ଅନ୍ୟତମ ।
ସକାଳ ଧୂପ ବଢିବା ପରେ ପୁଷ୍ପାଳକ ସେବକମାନେ ଶ୍ରୀଜୀଉମାନଙ୍କର ମଇଲମ କରିଥାନ୍ତି। ତା ପରେ ପୂଜାପଣ୍ଡା , ପତିମହାପାତ୍ର ଏବଂ ତିନି ଜଣ ପୁଷ୍ପାଳକ ଗରାବଡୁଙ୍କଠାରୁ ହତୁଆଣୀ ନେଇ ଭୋଗମଣ୍ଡପ ଘରେ ଅଧିବାସ ହୋଇଥିବା ସମସ୍ତ ଘୋଡ଼ମାନଙ୍କୁ ଆଣନ୍ତି। ଏହାକୁ ମୁଖ୍ୟ ମନ୍ଦିରର ୩ବାର ପରିକ୍ରମା କରି ରତ୍ନସିଂହାସନକୁ ବିଜେ କରାଇଥାନ୍ତି। ତତ୍ପରେ ପୁଷ୍ପାଳକମାନେ ଶ୍ରୀଜୀଉମାନଙ୍କର ପାଗ ଓ ଘୋଡ଼ ଲାଗି ବେଶ ସମ୍ପନ୍ନ କରିଥାନ୍ତି। ୭ ଦିନରେ ୭ ପ୍ରକାର ଘୋଡ ଲାଗି ବେଶ ଦୀର୍ଘ ମାସ ପର୍ଯ୍ୟନ୍ତ ପ୍ରତିଦିନ ଅନୁଷ୍ଠିତ ହୋଇଥାଏ।
ଧର୍ମ ଓ ସଂସ୍କୃତି ଖବର ଆହୁରି ପଢ଼ନ୍ତୁ ।