୨- ଆଜି ସମ୍ବିଧାନ ଦିବସ ଅବସରରେ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ । ଏଜି ଛକରେ ଡକ୍ଟର ବି.ଆର୍ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ।ଏଜି ଛକରୁ କ୍ୟାପିଟାଲ ହସ୍ପିଟାଲ ଯାଏ ପଦଯାତ୍ରା ।ପଦଯାତ୍ରାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ।
୩- ଆଜିଠୁ ଆରମ୍ଭ ହେବ ସପ୍ତଦଶ ବିଧାନସଭାର ଦ୍ବିତୀୟ ଅଧିବେଶନ । ନଭେମ୍ବର ୨୬ରୁ ଡିସେମ୍ବର ୩୧ ଯାଏଁ ଚାଲିବ ଗୃହ । ଲମ୍ବା ଅଧିବେଶନରେ ସରକାର ଆଣିବେ ଅନେକ ଗୁରୁତ୍ବପୂର୍ଣ୍ଣ ବିଲ୍ ।
୪- ଦାଦନ ଖଟିବାକୁ ଯାଇଥିଲେ, ଗାଁକୁ ଶବ ହୋଇ ଫେରିଲେ । ତାମିଲନାଡ଼ୁ ଦାଦନ ଖଟି ଯାଇଥିବା ବଲାଙ୍ଗୀର ଜିଲ୍ଲା ସଇନ୍ତଳା ବ୍ଲକ୍ ଗଣ୍ଡପତ୍ରାପାଲି ଗାଁର କଳାକାର ରଣାଙ୍କ ଶବ ଫେରିଛି ଗାଁକୁ । ଯାହାକୁ ନେଇ ପରିବାରରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି ।
୫-କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି । ପ୍ୟାନ 2.0 ପ୍ରୋଜେକ୍ଟକୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ । ଖୁବଶୀଘ୍ର ଉବଲବ୍ଧ ହେବାକୁ ଯାଉଛି QR କୋଡ ଯୁକ୍ତ ପ୍ୟାନ କାର୍ଡ ।
୬- ଡିସେମ୍ବର 4ରେ ପୁରୀ ବ୍ଲୁ ଫ୍ଲାଗ ବିଚରେ ପାଳନ ହେବ ନୌସେନା ଦିବସ । ପାରାଦ୍ବୀପ ଏବଂ ଗୋପାଳପୁର ବନ୍ଦରରେ ଲାଗିଲା ଯୁଦ୍ଧ ଜାହାଜ । ନୌସେନା ଦିବସରେ ଯୋଗ ଦେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
୭- ବଢିଲା ବବିଙ୍କ ଭାଇ ଲଲଙ୍କ ଅଡୁଆ...3ଟି ମାମଲାରେ ଭବ ପ୍ରସାଦ ଦାସଙ୍କ ଜାମିନ ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ… ତଦନ୍ତ ପରିସରଭୁକ୍ତ ହୋଇପାରନ୍ତି ପୂର୍ବତନ ବିଧାୟକ ବବି ଦାସ ।
୮- ଦିବ୍ୟାଙ୍ଗ ଭତ୍ତା ହଡ଼ପ ଲାଗି ବଡ଼ ଜାଲିଆତି.....ନକଲି ସାର୍ଟିଫିକେଟରେ ଚଞ୍ଚକତା କରି ଅଯୋଗ୍ୟ ପାଲଟିଲେ ଯୋଗ୍ୟ....ବ୍ରହ୍ମଗିରିରୁ ସାମ୍ନାକୁ ଆସିଲା କେଳେଙ୍କାରୀର ସାଘାଂତିକ ଅଭିଯୋଗ ।
୯- କଟକ ରୁ ବଙ୍ଗଲିଦେଶୀ ନାବାଳିକା ଉଦ୍ଧାର ଘଟଣା। ଆଉ ଦୁଇଜଣ ଙ୍କୁ ଉଠାଇ ଆଣିଲା ପୋଲିସ । ଲକ୍ଷ୍ମୀସାଗର ଅଞ୍ଚଳରୁ ଦୁଇଜଣଙ୍କୁ ଉଠାଇ ଆଣି ପଚରା ଉଚାରା କରୁଛି ମଧୂପଟଣା ପୋଲିସ।
୧୦- ଆଇପିଏଲ ନିଲାମୀରେ ନୂଆ ରେକର୍ଡ କଲେ ବିହାରର ବୈଭବ ସୂର୍ଯ୍ୟବଂଶୀ .. ମାତ୍ର ୧୩ ବର୍ଷ ବୟସରେ ଆଇପିଏଲ ଟିମରେ ସାମିଲ ... ଏକ କୋଟି ୧୦ ଲକ୍ଷ ଟଙ୍କାରେ ବୈଭବଙ୍କୁ କିଣିଲା ରାଜସ୍ଥାନ ରୟାଲସ .