ମୟୂରଭଞ୍ଜ ହଳଦା ଗାଁର ହରିଜନ କଲୋନୀ । 1977 ମସିହାରେ ଇନ୍ଦିରା ଗାନ୍ଧୀ ରାଇରଙ୍ଗପୁର ଆସିଥିବା ସମୟରେ ଗଢି ଉଠିଥିଲା ଏହି ହରିଜନ କଲୋନୀ । ଉଦ୍ଦେସ୍ୟ ଥିଲା ସାହିବାସୀଙ୍କୁ ସମାଜର ମୁଖ୍ୟ ଶ୍ରୋତରେ ସାମିଲ କରିବା। ମାତ୍ର ମୁଖ୍ୟଶ୍ରୋତ କଣ ଏବେ ମୌଳିକ ସୁବିଧା ଟିଏ ବି ଏମାନଙ୍କ ପାଖରେ ଅପହଞ୍ଚ। ଏବେ କଲୋନୀରେ ରହୁଛନ୍ତି 24 ହରିଜନ ପରିବାର। ସାହିବାସୀ ରହୁଥିବା ଘର ଅବସ୍ଥା ଏମିତି ଯେହା ନ ଦେଖିଲେ ବିଶ୍ବାସ ହେବନି। ନା ଅଛି ପକ୍କାଘର ନା ହୋଇଛି ବିଦ୍ୟୁତ ସଂଯୋଗ । ନାହିଁ ନାହିଁରେ ଜୀବନ ବଞ୍ଚୁଛନ୍ତି ସାହିବାସୀ। ପୂର୍ବ ସରକାର ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ନ ଦେଇ ଦଳ ଭିତ୍ତିରେ ଅଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଦେଇଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ।
ଖାଲି ଆବାସ କାହିଁକି ଆଜି ପର୍ଯ୍ୟନ୍ତ ପୁରା ହରିଜନ ସାହିର ସାମାଜିକ, ଆର୍ଥିକ ଓ ଶାରୀରିକ ସ୍ଥିତି ସ୍ବଚ୍ଛଳ ହୋଇ ପାରୁନାହିଁ। ଏମିତିକି ଖାଦ୍ୟ ଅଭାବରୁ ବହୁ ଶିଶୁ ଅପପୁଷ୍ଟିରେ ଶିକାର ହୋଇଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ସାହିବାସୀ । ଅପହଞ୍ଚ ଯୋଜନା ଅପହଞ୍ଚ ସହାୟତା। ନାହିଁ ନାହିଁରେ ଜୀବନ ବଞ୍ଚୁଛନ୍ତି ହରିଜନ ସାହିବାସୀ। ୨୫ ବର୍ଷର ପୂର୍ବ ସରକାରଙ୍କ ବିକାଶ ବାହାସ୍ପୋଟ ଏମାନଙ୍କ ପାଇଁ ପାଲଟିଛି ଉପହାସ...ଏବେ ସରକାର ବଦଳିଛି ଆଶା ରଖିଛନ୍ତି ନୂଆ ସରକାର ଦୁଃଖ ସୁଣିବେ ।