ଅର୍ଗସ ବ୍ୟୁରୋ:ସୁନ୍ଦରଗଡ଼ରେ ପରକୀୟାପ୍ରୀତିରୁ ୫ ଜଣଙ୍କୁ ହତ୍ୟା ଘଟଣାରେ ଅନୁଗୁଳ ବଅଁରପାଳରୁ ୧୩ ଜଣଙ୍କୁ ସଦର ଥାନାକୁ ଉଠାଇ ଆଣି ପଚରାଉଚରା ଜାରି ରଖିଛି ପୋଲିସ । ଗତକାଲି କରମଡିହି ସାତପଡ଼ାରେ ପରକୀୟା ପ୍ରୀତିକୁ ନେଇ ୫ ଜଣଙ୍କୁ ହତ୍ୟା କରାଯାଇଥିଲା । ୧୩ଜଣ ଅନୁଗୁଳ ଅଞ୍ଚଳରେ ଯାଯାବର ଭାବେ ରହୁଥିଲେ। ହତ୍ୟାକାଣ୍ଡରେ ସଂପୃକ୍ତ 4 ଦୃର୍ବୁତ୍ତ ଏହି ଯାଯାବର ଗୋଷ୍ଠୀର ବୋଲି ସନ୍ଦେହ କରୁଛି ପୋଲିସ
ଅର୍ଗସ ବ୍ୟୁରୋ: 25 ବର୍ଷର ଝାଡ଼ଖଣ୍ଡ ପାଇଁ ବିଜେପିର 25 ସଂକଳ୍ପ । ରାଞ୍ଚିରେ ଆୟୋଜିତ ନିର୍ବାଚନୀ ସଭାରେ ଦଳ ପକ୍ଷରୁ ସଂକଳ୍ପ ପତ୍ର ଜାରି କରି। JMM ଓ କଂଗ୍ରେସର ଚିନ୍ତା ବଢାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଝାଡ଼ଖଣ୍ଡର ଖଣି, ପାଣି ଓ ଜମିକୁ ଦଲାଲଙ୍କ ହାତରେ ଟେକି ଦେଇ ହେମନ୍ତ ସୋରେନ ରାଜ୍ୟବାସୀଙ୍କୁ ଧୋକା ଦେଇଥିବା କହିଛନ୍ତି ଗୃହମନ୍ତ୍ରୀ । ବିଜେପି ସଂକଳ୍ପ ପତ୍ରରେ ରାଜ୍ୟର ମହିଳା ଓ ଯୁବକଙ୍କ ଉପରେ ଖାସ୍ ଧ୍ୟାନ ଦିଆଯାଇଛି । ଯେଉଁଥିରେ ରହିଛି
- ଗୋଗୋ ଦିଦି ଯୋଜନାରେ ମହିଳାଙ୍କୁ ପ୍ରତି ମାସ 11 ତାରିଖରେ ମିଳିବ 2100 ଟଙ୍କା
- ସ୍ନାତକ ଓ ସ୍ନାତକୋତର ଯୁବକଙ୍କୁ ମିଳିବ 2000 ଟଙ୍କା ଷ୍ଟାଇପେଣ୍ଡ
- ଆଦିବାସୀ ସଂପ୍ରଦାୟକୁ ସମାନ ନାଗରିକ ସଂହିତାରୁ ବାହାର ରଖିବାକୁ ପ୍ରତିଶ୍ରୁତି
- ଦୀପାବଳି ଓ ରକ୍ଷାବନ୍ଧନରେ ମିଳିବ ଗୋଟିଏ ଲେଖାଏଁ ମାଗଣା ଗ୍ୟାସ ସିଲିଣ୍ଡର
- 5 ବର୍ଷ ମଧ୍ୟରେ 5 ଲକ୍ଷ ଯୁବକଙ୍କର ଦକ୍ଷତା ବିକାଶ ସହ ହେବେ ଆତ୍ମନିର୍ଭର
- ଅନୁପ୍ରବେଶକାରୀଙ୍କ ଦ୍ବାରା ଅଧିକୃତ ଜମିକୁ ଆଦିବାସୀଙ୍କୁ ଫେରାଇବାକୁ ପ୍ରତିଶ୍ରୁତି
- 5 ବର୍ଷରେ ରାଜ୍ୟର 2 ଲକ୍ଷ 87 ହଜାର 5 ଶହ ଯୁବକଙ୍କୁ ମିଳିବ ସରକାରୀ ନିଯୁକ୍ତି
ଆସନ୍ତା 13 ଓ 20 ତାରିଖରେ ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଦୁଇଟି ପର୍ଯ୍ୟାୟରେ ପଡ଼ିବ ଭୋଟ୍। ଜନତା ଆଗରେ ସୋରେନ ସରକାର ଗତ 5 ବର୍ଷରେ କରିଥିବା ଦୁର୍ନୀତିର ଲମ୍ବା ତାଲିକା ରଖିଛନ୍ତି ଶାହ । ମିଛ ପ୍ରଚାର କରି ସୋରେନ ସରକାର ରାଜ୍ୟରେ କେନ୍ଦ୍ରୀୟ ଯୋଜନାକୁ ଅଟକାଇ ରାଜ୍ୟବାସୀଙ୍କୁ ସରକାରୀ ସେବାରୁ ବଞ୍ଚିତ କରିଛନ୍ତି।
ରାଜ୍ୟର ଭୂମି ରୁଟି ଓ ବେଟିଙ୍କୁ ସୁରକ୍ଷା ସହ ଅନୁପ୍ରବେଶ ରୋକିବାକୁ କଡା ଆଇନ ପ୍ରଣୟନ କରିବାକୁ ପ୍ରତିଶ୍ରୁତି ଦେଇଛି ବିଜେପି । ପୂର୍ବରୁ ସୋରେନ୍ ସରକାର ମହିଳାଙ୍କୁ ମାସିକ 1100 ଟଙ୍କା ଦେଉଥିବାବେଳେ ମହିଳାଙ୍କୁ 21 ଶହ ଟଙ୍କା ଦେବାକୁ ବିଜେପି ସଂକଳ୍ପ କଂଗ୍ରେସ ଓ ଜେଏମଏମ ନେତାଙ୍କ ନିଦ ହଜାଇଛି ।
ଝାଡ଼ଖଣ୍ଡ ବାଜି ଜିତିବାଲାଗି 25 ବଡ଼ ସଂକଳ୍ପ ଘୋଷଣା କରି ବିରୋଧୀଙ୍କୁ ବଡ଼ ଚାଲେଞ୍ଜ ଦେଇଛି ବିଜେପି। 23 ନଭେମ୍ବରରେ ନିର୍ବାଚନ ଫଳ ଘୋଷଣା ସହ ରାଜ୍ୟରେ ନୂଆ ସମ୍ଭାବନାର ଯୁଗ ଆରମ୍ଭ ହେବାକୁ ଯାଉଥିବା କହି ବିଜେପି ନେତା ଓ କର୍ମୀଙ୍କ ମନରେ ଜୋଶ ଭରିଛନ୍ତି ଶାହ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ନାଗା ସାଧୁଙ୍କର ଏ ଉଦବେଗ ଯେତିକି ସ୍ପର୍ଶକାତର, ସେତିକି ଚିନ୍ତାଜନକ। ହଁ, ମେଘନାଦ ପାଚେରୀରେ ଫାଟ। ପୁରୀ ଶ୍ରୀମନ୍ଦିରର ଭିତର ଓ ବାହାରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରୀ ପ୍ରତି ସୃଷ୍ଟି ହୋଇଛି ବିପଦ । ସିଂହଦ୍ବାର ପାର୍ଶ୍ବ ଲଙ୍ଗୁଳୀ ମଠ ନିକଟରୁ ପ୍ରାୟ 50ରୁ 60 ଫୁଟ୍ ଓସାରରେ ମେଘନାଦ ପାଚେରୀରେ ଏକାଧିକ ସ୍ଥାନରେ ସୃଷ୍ଟି ହୋଇଛି ଫାଟ। ବହୁ ସ୍ଥାନରୁ ଅନବରତ ଝରୁଛି ପାଣି।
ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଐତିହ୍ୟ ବିଶାରଦ ଓ ବୁଦ୍ଧିଜୀବୀ। ମେଘନାଦ ପାଚେରୀଠାରୁ 100 ମିଟର ନିଷିଦ୍ଧାଞ୍ଚଳ ଓ 200 ମିଟର ଯାଏଁ ନିୟନ୍ତ୍ରିତ ଜୋନ୍। କିନ୍ତୁ ପରିକ୍ରମା ପ୍ରକଳ୍ପ ନାଁରେ ବାହାବାଃ ନେବାକୁ ବିଜେଡି ସରକାର ଜୋର ଜବରଦସ୍ତ 75 ମିଟର ପରିସରରେ ଭଙ୍ଗାରୁଜା କରିଥିଲେ। ବଡ଼ ବଡ଼ ବୁଲଡୋଜର, ଜେସିବି, ଭାଇବ୍ରେଟରରେ ନିର୍ମାଣ ଉଚ୍ଛେଦ ହେବାରୁ ଶ୍ରୀମନ୍ଦିର ଓ ମେଘନାଦ ପ୍ରାଚେରୀ ଉପରେ ତାର ସିଧା ପ୍ରଭାବ ପଡ଼ିଛି ।
ବୁଦ୍ଧିଜୀବୀଙ୍କ ମତରେ ଆନନ୍ଦବଜାର ଅଗଣାରେ ଫାଟ ଯୋଗୁଁ ବର୍ଷା ପାଣି ଯାଇ ମେଘନାଦ ପାଚେରୀ ଭିତରେ ରହିବା ଫଳରେ ବିପଦ ଘନଇଛି । ଲେଜର୍ ସ୍କାନିଂ କରି ଏହାର ସ୍ଥିତି ଯାଞ୍ଚ କରାଯାଉ । ପୁଣି କେବଳ ମେଘନାଦ ପାଚେରୀ ନୁହେଁ ପରିକ୍ରମା ପ୍ରକଳ୍ପ ନିର୍ମାଣ ମେସିନର କମ୍ପନ ଯୋଗୁଁ ଶ୍ରୀମନ୍ଦିର ନାଟମଣ୍ଡପ ଭିତରେ ଫାଟ ହୋଇଥିବା ପୂର୍ବରୁ ଅଭିଯୋଗ କରିଥିଲେ ସେବାୟତ।
ଏହି ପ୍ରସଙ୍ଗରେ ଆଇନ ମନ୍ତ୍ରୀ କହିଛନ୍ତି ଅତୀତରେ କିଛି ଭୁଲ୍ କାରଣରୁ ଏମିତି ସ୍ଥିତି ହୋଇଛି। ଯାହା ଅସୁବିଧା ହୋଇଛି ତାର ତୁରନ୍ତ ମରାମତି କରାଯିବ, ଏ ନେଇ ଅନୁଧ୍ୟାନ କରୁଛନ୍ତି ଏଏସଆଇର ଟେକ୍ନିକାଲ୍ ଟିମ୍। ଅନ୍ୟପଟେ ଆଜିଠାରୁ ମେଘନାଦ ପାଚେରୀରୁ ଶିଉଳି ଛଡ଼ା କାମ ଆରମ୍ଭ ହୋଇଛି। ଅର୍ଗସକୁ ଏଏସଆଇ ସୁପରିଟେଣ୍ଡେଣ୍ଟ କହିଛନ୍ତି ରତ୍ନଭଣ୍ଡାର ମରାମତି ଶେଷ ହେବାପରେ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହେବ ମେଘନାଦ ପାଚେରୀ ମରାମତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର