ଅର୍ଗସ ବ୍ୟୁରୋ: ଆଇଫୋନ୍ ଉତ୍ପାଦନ କ୍ଷେତ୍ରରେ ଭାରତର ବଡ ଉପଲବ୍ଧି । ଭାରତ ଆପଲ୍ ଆଇଫୋନ୍ ମୋବାଇଲ୍ ଉତ୍ପାଦନରେ ନୂଆ ରେକର୍ଡ ସୃଷ୍ଟି କରିଛି । ମୋଦି ସରକାରଙ୍କ ପ୍ରଡକ୍ସନ-ଲିଙ୍କଡ୍ ଇନସେଣ୍ଟିଭ୍ ବା PLI ଯୋଜନା ଯୋଗୁ ଭାରତରେ ଆଇଫୋନ୍ ଉତ୍ପାଦନ ଚଳିତ ଆର୍ଥିକ ବର୍ଷର 7 ମାସରେ 10 ବିଲିୟନ ଡଲାର ଛୁଇଁଛି । ସେଥିମଧ୍ୟରୁ 7 ବିଲିୟନ ଡଲାର ରପ୍ତାନି ହୋଇଛି। । ଗତ ଆର୍ଥିକ ବର୍ଷରେ 2023-24 ରେ ଆପଲ୍ ଭାରତରେ 14 ବିଲିୟନ ଡଲାର ମୂଲ୍ୟର ଆଇଫୋନ୍ ଉତ୍ପାଦନ କରିଥିଲା । ଯେଉଁଥିରୁ 10 ବିଲିୟନ ଡଲାରରୁ ଅଧିକ ମୂଲ୍ୟର ଆଇଫୋନ୍ ରପ୍ତାନି ହୋଇଥିଲା। ଆଇ ଫୋନ୍ ର ଉତ୍ପାଦନ ବଢିବା ସହିତ ଏହି କ୍ଷେତ୍ରରେ ଗତ ୪ ବର୍ଷ ମଧ୍ୟରେ ୧ ଲକ୍ଷ ୭୫ ହଜାର ଚାକିରି ମଧ୍ୟ ସୃଷ୍ଟି ହୋଇଛି । ଏହି ଉପଲବ୍ଧି ପ୍ରଧାନମନ୍ତ୍ରୀ ମୋଦିଙ୍କ PLI ଯୋଜନାର ସଫଳତା ଦିଗରେ ଆଉ ଏକ ବଡ ମାଇଲ୍ ଷ୍ଟୋନ୍ ବୋଲି ସୋସିଆଲ୍ ମିଡିଆରେ ପୋଷ୍ଟ କରି କହିଛନ୍ତି ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।