ଅର୍ଗସ ବ୍ୟୁରୋ: ୨୦୨୫ ସୁଦ୍ଧା ରାଜ୍ୟରେ ସ୍କୁଲ ସ୍ତରରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଜନା ହେଉଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ଗୋଟିଏ ପରେ ଗୋଟିଏ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଏନଇପି ରାଜ୍ୟରେ ଲାଗୁ ହେବା ପାଇଁ ଟାସ୍କ ଫୋର୍ସ କମିଟି ଗଠନ ହୋଇଛି। ଏହା ସହ ୬ ଟି ସବକମିଟି ମଧ୍ୟ ଗଠନ ହୋଇସାରିଛି। ସମସ୍ତ ସବକମିଟି ରେକମେଣ୍ଡସନ୍ ଦେବେ । ଏହା ପରେ ସମସ୍ତଙ୍କ ମତାମତ ନେଇ ଏନଇପି ଲାଗୁ କରାଯିବ । ବିଗତ ଦିନରେ ରାଜ୍ୟରେ ଥିବା ଶିକ୍ଷକ ଅଭାବକୁ ପୂରଣ କରିବା ବ୍ୟବସ୍ଥା ଆମେ କରୁଛୁ। ଶିକ୍ଷା କ୍ଷେତ୍ରରେ ଯାହା ଆବଶ୍ୟକ ତାହା ବିଭାଗ ପୂରଣ ପାଇଁ ଚେଷ୍ଟା କରୁଛି । ବୋଲି ପୁରଣ ପାଇଁ ଚେଷ୍ଟା କରୁଛି ।