ଥଣ୍ଡା, କାଶ ହେଲେ ବି ରୋଗୀ ହେଉଛନ୍ତି ରେଫର । ସାଧାରଣ ଗ୍ୟାସ ଇଞ୍ଜେକସନ ବି ଜଟଣୀ ମେଡିକାଲରେ ମିଳୁନି । ଏମିତି ସ୍ଥିତିରେ ରୋଗୀ କେମିତି ଚିକିତ୍ସା ସେବା ପାଉଥିବେ ତାହା ଉଣା ଅଧିକେ ଆପଣ ଜାଣିଥିବେ । ସମସ୍ୟା ଏତିକିରେ ସରିନି ବରଂ ମେଡିକାଲରେ ଠିକ୍ ସମୟରେ ଠିକ୍ ରୋଗୀ ସେବା ମିଳୁନି । ଆଉ ରେଫର କରିବାକୁ ଯେମିତି ଡାକ୍ତର ଅନାଇ ବସିଛନ୍ତି ।
ରେଫର ବେଳକୁ ରୋଗୀ ବଞ୍ଚିଥିବ ତ ?
ଅସମାୟିତ ପ୍ରଶ୍ନ ଏବେ ଉଙ୍କି ମାରୁଛି
ଚରମ ଅବହେଳାରେ ଜଟଣୀ ମେଡିକାଲ । ବାହାର ଚଇନି ଚିକ୍କଣ, କିନ୍ତୁ ଭିତର ପୂରା ଫମ୍ପା । ଅର୍ଥାତ୍ ମେଡିକାଲକୁ ଦେଖିବା ପରେ ଯିଏ ନାହିଁ ସିଏ ଭାବିବ ପୂରା ଚକାଚକ । ହେଲେ ଭିତରେ କିନ୍ତୁ ଚିକିତ୍ସାର ଘୋର ଅବହେଳା । ସେଇଥି ଲାଗି ତ କ୍ୟାମେରା ସାମ୍ନାରେ ବିଷୋଦଗାର କରିଛନ୍ତି ଏହି ବ୍ୟକ୍ତି ଜଣକ । ତେବେ ଏଠାରେ ପ୍ରଶ୍ନ, ଯଦି ସ୍ଵାସ୍ଥ୍ୟ ସେବାକୁ ସରକାର ସର୍ବାଧିକ ଗୁରୁତ୍ଵ ଦେଉଛନ୍ତି ତାହାଲେ ଏମାନେ ଯେଉଁ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାହା କ'ଣ ମିଛ ? କାହିଁକି ମିଛ କହୁଛନ୍ତି ସରକାର ? ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ଏତେ ତଳ ସ୍ତରକୁ କ'ଣ କିଏ ଖସିପାରେ ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି ସତ ହେଲେ ଉତ୍ତର ମିଳୁନି ।
ଆହୁରି ପଢନ୍ତୁ ଓଡିଶା ଖବର...