ସେପଟେ ଲଗାତାର ରାଜ୍ୟରେ ହାତୀଙ୍କ ମୃତ୍ୟୁକୁ ନେଇ ବନ ବିଭାଗ ର କାର୍ଯ୍ୟ ଦକ୍ଷତା ଉପରେ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନ । ହାତୀ ଗଣନା ଚାଲୁଥିବା ସମୟରେ ହାତୀଙ୍କ ଉପରେ ନଜର ରଖିବାକୁ ବନ କର୍ମଚାରୀ ଙ୍କୁ କଡା ନିର୍ଦେଶ ହୋଇଥିଲା । ଦାୟିତ୍ବ ରେ ଥିବା ବନ କର୍ମଚାରୀ କଣ କରୁଥିଲେ ତାକୁ ନେଇ ପ୍ରଶ୍ନ ଉଠିଛି । ତେବେ ବନ କର୍ମଚାରୀଙ୍କ ଅବହେଳା କୁ ସ୍ବୀକାର କରିବା ସହ ଶିକାରୀ ଓ ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ହେବ କହିଲେ ବନ୍ୟପ୍ରାଣୀ ପି ସି ସି ଏଫ ।
ସେପଟେ ହାତୀ ମୃତ୍ୟୁ କୁ ନେଇ ଉଦବେଗ ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉପମୁଖ୍ୟ ମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କେ ଭି ସିଂ ଦେଓ ମଧ୍ୟ ବିଦ୍ୟୁତ ତାର ବିଛାଇବାରେ ଅଧିକାରୀ ଙ୍କ ଅବହେଳା ଥିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିକ୍ରିୟା ରଖିଛନ୍ତି ।
ଗତ 7 ବର୍ଷ ର ରିପୋର୍ଟ କହୁଛି କେବଳ ବିଦ୍ୟୁତ ଆଘାତ ରେ 123 ହାତୀ ଙ୍କ ଜୀବନ ଯାଇଛି । ଏହା ଭିତରୁ ଉଦ୍ଦେଶ୍ୟ ମୂଳକ ଭାବେ ବିଦ୍ୟୁତ ତାର ବିଚାଇବା ଯୋଗୁଁ ମରିଛନ୍ତି 91 ହାତୀ.. ଗତ କିଛି ମାସ ଭିତରେ 50 ରୁ ଅଧିକ ହାତୀ ବିଭିନ୍ନ କାରଣରୁ ମୃତ୍ୟୁ ବରଣ କରିବା ବନ ବିଭାଗର ଅସହାୟତା କୁ ପଦାରେ ପକାଇଛି