ହାତୀ ଭୟରେ ଚାଷୀମାନେ ରାତିରାତି ମଞ୍ଚା ଉପରେ ଜଗି ରହୁଛନ୍ତି। ପ୍ରବଳ ଶୀତରାତିରେ ଉଜାଗର ରହି ନିଜ କଷ୍ଟ ଉପାର୍ଜିତ ଚାଷକୁ ଜଗୁଛନ୍ତି। ଗତ ୬ ବର୍ଷ ହେଲା ଲଗାତାର୍ ଭାବରେ ହାତୀପଲଙ୍କ ଆଗମନ ରହୁଥିବାରୁ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ନର୍ଲା ରେଞ୍ଜରଙ୍କ ସୂଚନା ମୁତାବକ ୫୦ ଟିକିଆ ହାତୀପଲ ଦିନବେଳା ନର୍ଲା ରେଞ୍ଜ୍ ଅଧିନ କମେ ଡଙ୍ଗରରେ ରହୁଥିବା ବେଳେ ରାତିହେଲେ ବୁର୍ଡିପଡା ଓ ପଲସାପଡାକୁ ଚାଲିଆସି ଫସଲ ନଷ୍ଟ କରୁଛନ୍ତି।
ବାନ୍ୟଜନ୍ତୁ ଓ ବନିକରଣ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ନା ଜଙ୍ଗଲ ବୃଦ୍ଧି ହେଉଛି ନା ବାନ୍ୟଜନ୍ତୁ ସୁରକ୍ଷିତ ଭାବେ ରହିପାରୁଛନ୍ତି l କେବେ ହାତୀ ମଣିଷକୁ ମାରୁଛି ତ ଆଉ କେବେ ମଣିଷ ହାତୀକୁ।