ଅଧିକ ପଢନ୍ତୁ : ରଥଯାତ୍ରା ପରଦିନ ଖୋଲିବ ରତ୍ନଭଣ୍ଡାର , ସୂଚନା ଦେଲେ ASI ସୁପରିଟେଣ୍ଡେଣ୍ଟ
ତେବେ ଆସନ୍ତା ଜୁଲାଇ ୮ ତାରିଖରେ ରତ୍ନଭଣ୍ଡାର ଖୋଲିବା ନେଇ ସୂଚନା ଦେଇଥିଲେ ASI ସୁପରିଟେଣ୍ଡେଣ୍ଟ ଡିବି ଗଡନାୟକ । 2018 ରିପୋର୍ଟ ଓ ଲେଜର ସ୍କାନିଂ ରିପୋର୍ଟ ଆଧାରରେ ଖୋଲିବ ରତ୍ନଭଣ୍ଡାର ବୋଲି ସୂଚନା ଦିଆଯାଇଥିଲା । ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଥିବା ଏଏସଆଇ ପକ୍ଷରୁ ସୂଚନା ମିଳିଥଲା । ହେଲେ ଏ ନେଇ ସ୍ପଷ୍ଟ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ଏଯାଏଁ ରତ୍ନଭଣ୍ଡାର ଖୋଲିବା ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ ।