ଏହି କାର୍ଯ୍ୟକ୍ରମରେ ଓଡିଆ ପଖାଳ ସହିତ ଥିଲା ଛୋଟ ମାଛ ଭଜା, ସଜନା ଛୁଇଁ ଭଜା, ଶାଗ,ବଡି ଚୁରା, ଆଳୁ ଭର୍ତ୍ତା ଇତ୍ୟାଦି । ଯାହାକୁ ଛୁଆଠୁ ବୁଢା ସବୁ ଖାଇ ଖୁବ ଆନନ୍ଦର ସହ ପାଳନ କରିଥିଲେ । ପଖାଳ ଖାଇ ସମସ୍ତ ସଦସ୍ୟ ମହାପ୍ରଭୁ ଜଗନ୍ନାଥଙ୍କୁ ସମଗ୍ର ବିଶ୍ୱରେ ଶାନ୍ତି, ପ୍ରେମ ଏବଂ ସହାର୍ଦ୍ଦ୍ୟ ପାଇଁ ପ୍ରାର୍ଥନା କରିଥିଲେ ଏବଂ ପରସ୍ପରକୁ ଶୁଭେଚ୍ଛା ଜଣାଇଥିଲେ ।
ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପ୍ରହରାଜ କହିଛନ୍ତି ଯେ “ପଖାଳ କେବଳ ଏକ ଖାଦ୍ୟ ନୁହେଁ ଏହା ଓଡିଆ ଅସ୍ମିତାର ଯାଜୁଲ୍ୟମାନ ସ୍ମାରକ,ସାଂସ୍କୃତିକ ମହାପ୍ରସାଦ ଓ ଧାର୍ମିକ ବିଶ୍ବାସର ଅତୁଟ ବନ୍ଧନ । ସମଗ୍ର ବିଶ୍ୱରେ 4.5 କୋଟି ଓଡିଆଙ୍କୁ ପଖାଳ ଦିବସରେ ହାର୍ଦ୍ଦିକ ଅଭିନନ୍ଦନ ଓ ଆନ୍ତରିକ ଶୁଭେଚ୍ଛା ।