ଝିରପାଣି ହାଟକୁ ଏକ ପିକଅପ୍ ଭ୍ୟାନରେ 29 ତାରିଖରେ ପରିବା ବିକ୍ରି କରିବାକୁ ଆସି ଗାଡି ସହ ନିଖୋଜ ହୋଇଯାଇଥିଲେ । ଏ ନେଇ ପରିବାର ପକ୍ଷରୁ ଝିରପାଣି ଥାନାରେ ଏତଲା ଦିଆଯାଇଥିଲା । ଶୁକ୍ରବାର ଝାଡ଼ଖଣ୍ଡ ଜଲଡେଗା ଥାନା ଖବରଗାଡାରୁ ଅଜଣା ମୃତଦେହ ଉଦ୍ଧାର ହୋଇଥିଲା । ହେଲେ କେହି ଦାବିଦାର ନ ଆସିବାରୁ ଜଲଡେଗା ପୋଲିସ୍ ମାଟି ଖୋଳି ଶବକୁ ପୋତି ଦେଇଥିଲା ।
ପରେ ଝିରପାଣି ପୋଲିସ ଓ ମଙ୍ଗଲଙ୍କ ପରିବାର ଲୋକେ ଜଲଡେଗା ପୋଲିସ ପାଖରେ ଥିବା ଫଟୋରୁ ମଙ୍ଗଲ ଓରାମଙ୍କୁ ଚିହ୍ନଟ କରିଥିଲେ । ଶନିବାର ମୃତଦେହକୁ ମାଟି ଖୋଳି ବାହାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ଶତାଧିକ ଗ୍ରାମବାସୀ ମୃତଦେହ ନେଇ ଝିରପାଣି ଥାନା ଘେରାଉ କରି ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରିଛନ୍ତି । ସେପଟେ ପୋଲିସ୍ ଅପହରଣ ଓ ହତ୍ୟା ମାମଲା ରୁଜୁ କରି 2 ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।
ଆହୁରି ପଢନ୍ତୁ ଓଡିଶା ଖବର...